csstore

ଗାୟତ୍ରୀ ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

ସିନାପାଲି, (ନିରାକାର ମେହେର) : ଆଗାମୀ ଜାନୁଆରୀରେ ସିନାପାଲି ଠାରେ ଅନୁଷ୍ଠିତ ହେବାକୁ ଥିବା ଗୌରବମୟ ୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ପାଖେଇ ଆସୁଥିବା ବେଳେ ଏହାର ସଫଳତାକୁ ନେଇ ଏକ ଜରୁରୀ ବୈଠକ ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଯଜ୍ଞ ସମିତିର ସଭାପତି ତରୁଣ କୁମାର ମେହେର ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିଲେ । ଏ ଅବସରରେ ମହାଯଜ୍ଞର ସଫଳ ଆୟୋଜନ ନିମନ୍ତେ ବିଭିନ୍ନ ବିଭାଗର କାର୍ଯ୍ୟପନ୍ଥାକୁ ନେଇ ବିଶଦ ଆଲୋଚନା କରାଯାଇଥିଲା । ବୈଠକରେ ଡମ୍ବରୁଧର ମେହେର, ନୀଳମଣି ମେହେର, ଚିନ୍ତାମଣି ସାହୁ, ପ୍ରଦୀପ ଜୈନ, ମୁରଲିଧର ସା, ତୁଳସୀରାମ ମେହେର, ଅରିଗଞ୍ଜନ ଯୋଷୀ, ରାହାସବିହାରୀ ମେହେର, ସୁବ୍ରତ ଠାକୁର, ଟିକେଲାଲ ମେହେର, ଅତୁଲ ସୁପକାର, ସତ୍ୟବ୍ରତ ଗହୀର, ଗଣପତି ମେହେର, ବିଜୟ ଯୋଷୀ, ନବୀନଚଂଦ୍ର ମେହେର, ଦୈତାରୀ ମେହେର, ଅରୁଣ ଯୋଷୀ, ବୈଷ୍ଣବ ମେହେର, ସଞ୍ଜୟ ବେହେରା, ଧୄବଚରଣ ପଧାନ, ବଂଶୀଧର ଜଗତ, ଶୈଲେସ୍ ଅଗ୍ରୱାଲ, ପ୍ରଶାନ୍ତ କୁମାର, ମୋହନ ଦାସ, ଯଶୋବନ୍ତ ସା, ଶିବପ୍ରସାଦ ମେହେର, ରୁଷଭ ମେହେର, ଉଗ୍ରେସନ୍ ମେହେର, ଆଲୋକ ମେହେର, ନିଳାଂଚଲ ମେହେର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସମିତିର ସଂପାଦକ ତ୍ରୀନାଥ ମେହେର ସମସ୍ତଙ୍କୁ ଶାନ୍ତିପାଠ କରାଇଥିଲେ ।

jayashree
Leave A Reply

Your email address will not be published.