ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ପରିଷଦର ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ପରିଷଦର ବୈଠକ ଛତ୍ରପୁର ସ୍ଥିତ ଜଉଗଡ଼ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏହି ବୈଠକରେ ପୌରାହିତ୍ୟ କରିଥିଲେ । ଜିଲ୍ଲା ସହରାଞ୍ଚଳ ଉନ୍ନୟନ ପରିଷଦ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ନାୟକ ଯୋଗଦେଇ ସମସ୍ତ ସହରାଞ୍ଚଳ ନିର୍ବାହୀ ଅଧିକାରୀଙ୍କ ସହ ଉନ୍ନୟନ ଉପରେ ଆଲୋଚନା କରିଥିଲେ । ସହାରାଞ୍ଚଳରେ ମୁକ୍ତା ଯୋଜନାର ତ୍ୱରାନ୍ୱିତ କରି ପୂର୍ବ ବଜେଟକୁ ନେଇ କାର୍ଯ୍ୟ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପାନୀୟଜଳ, ପରିମଳ, ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦେଇ ବକେୟା ପଡ଼ିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବାକୁ କୁହାଯାଇଛି । ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳ ତଥା ୧୬ଟି ଏନଏସିର ନିର୍ବାହୀ ଅଧିକାରୀ, ହିଞ୍ଜିଳି ପୌରସଂସ୍ଥାର ନିର୍ବାହୀ ଅଧିକାରୀ, ବ୍ରହ୍ମପୁର ମହାନଗର ନିଗମ କମିଶନର ତଥା ପ୍ରତିନିଧି ଗଣ ଯୋଗ ଦେଇଥିଲେ ।

Leave A Reply

Your email address will not be published.

19 + six =

error: Content is protected !!