oom

ଓଡିଶା ସରକାରୀ ଆଉଟ ସୋର୍ସିଂ କର୍ମଚାରୀ ମହାସଂଘର ବଲାଙ୍ଗିର ଜିଲ୍ଲାର ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କଲେ ସୂଚନା ଅଧିକାର କର୍ମୀ ଆଇନଜୀବୀ ହେମନ୍ତ ପଣ୍ଡା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ସୂଚନା ଅଧିକାର କର୍ମୀ ତଥା ସ୍ତମ୍ଭ ଲେଖକ ଆଇନଜୀବୀ ହେମନ୍ତ ପଣ୍ଡା ଓଡିଶା ସରକାରୀ ଆଉଟ ସୋର୍ସିଂ କର୍ମଚାରୀ ମହାସଂଘର ବଲାଙ୍ଗିର ଜିଲ୍ଲାର ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ରହିଥିବା ଆଉଟ ସୋର୍ସିଂ ଭଳି ଏକ ଅମାନବୀୟ ତଥା କ୍ରୀତଦାସ ପ୍ରଥାକୁ କେବଳ ଘୋଷଣାରେ ସୀମିତ ନରଖି ବାସ୍ତବରେ ଉଚ୍ଛେଦ କରାଯିବ ଏବଂ ଏଥିପାଇଁ ଆବଶ୍ୟକ ହେଲେ ରାଜ୍ୟସ୍ତରରେ ଦୁର୍ବାର ଆନ୍ଦୋଳନ କରାଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଣ୍ଡା ମତ ରଖିଥିଲେ । ଶ୍ରୀ ପଣ୍ଡାଙ୍କ ମାର୍ଗଦର୍ଶନରେ ବଲାଙ୍ଗିର ଜିଲ୍ଲା ସଂଗଠନ ଆଗକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବ । ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଶ୍ରୀ ପଣ୍ଡା ସମ୍ମତି ଦେଇଥିବାରୁ ଜିଲ୍ଲା ସଂଗଠନର ସଦସ୍ୟମାନେ କୃତଜ୍ଞତା ପ୍ରକାଶ କରିଥିଲେ । ଏହି ଅବସରରେ ଫୁଲତୋଡା ଦେଇ ଶ୍ରୀ ପଣ୍ଡାଙ୍କୁ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଆଉଟ ସୋର୍ସିଂ କର୍ମଚାରୀ ସଂଘର ସଭାପତି ରାଜେଶ ଝାଙ୍କର, ସଭାପତି ଦିଲ୍ଲିପ ସାହୁ, ଉପସଂପାଦକ ସୁନିଲ ମିଶ୍ର୍ର, କୋଷାଧ୍ୟକ୍ଷ ସତ୍ୟାନନ୍ଦ ସେଠଙ୍କ ସହ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ସୁନିଲ ମିଶ୍ର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.