jsm

ସଇଁତଲା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦ୍‌ଯାପିତ, ୪ ଜଣ ଚମ୍ପିୟାନ ବିବେଚିତ

csstore

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଆଦର୍ଶ ବିଦ୍ୟାଳୟର ଖେଳ ପଡିଆ ଠାରେ ଗତ ୨ ଦିନ ଧରି ଚାଲିଥିବା ୭ତମ ବାର୍ଷିକ କ୍ରୀଡା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ବାଳିକା ଓ ବାଳକମାନଙ୍କୁ ଜୁନିୟର ଓ ସିନିୟର ବର୍ଗରେ ୧୦୦ ମିଟର, ୨୦୦ ମିଟର ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟ୍‌ ଫୁଟ୍‌, ଡ଼ିସ୍‌କସ୍‌ ଥ୍ରୋ, ଫୁଟବଲ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଉକ୍ତ କ୍ରୀଡାକୁ ବିଦ୍ୟାଳୟର ଶାରୀରିକ ଶିକ୍ଷକ ସୁନନ୍ଦ ପ୍ରଧାନ ଓ ଦିନମଣି ପୋଢ଼ ଖେଳକୁ ପରିଚାଳନା କରିଥିଲେ । ଏହାର ଉଦ୍‌ଯାପନୀ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଗୋକୁଳ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବିବିନା ସରପଞ୍ଚ ପୁରୁଷୋତ୍ତମ କଲତା, ସମିତି ସଭ୍ୟା ମମି ରଣା, ବିଦ୍ୟାଳୟ କମିଟିର ସଦସ୍ୟ ଭାନୁ ଶଙ୍କର ବାଗ ଓ ସାମ୍ବାଦିକ ପ୍ରମୋଦ କୁମାର ସେଲମା ପ୍ରମୁଖ ଯୋଗଦାନ କରି କ୍ରୀଡାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏଥିରେ ଚଳିତ ବର୍ଷ ଏହି ବାର୍ଷିକ କ୍ରୀଡାରେ ଜୁନିୟରରେ ବାଳକ ଚନ୍ଦାଚରଣ ଭୋଇ, ବାଳିକା ମଧ୍ୟରୁ ଦିବ୍ୟକାନ୍ତି ବାଗ ଓ ସିନିୟର ବିଭାଗରୁ ଶିବ ଚରଣ ନାଗ ଓ ବାଳିକା ମଧ୍ୟରୁ ସୋନିଆ ରଣା ଚମ୍ପିୟାନ ବିବେଚିତ ହୋଇଛନ୍ତି । ଉକ୍ତ ସଭାକୁ ଶିକ୍ଷକ ଜିତେନ୍ ତାଣ୍ଡି ପରିଚାଳନା କରିଥିବା ବେଳେ ନବମ ଶ୍ରେଣୀ ଛାତ୍ରୀ ମୋନାଲି ଗହୀର ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କ୍ରୀଡାରେ ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ ସାହୁ, ଯତୀନ୍ଦ୍ର ସାହୁ, ନିର୍ମଳ ପାଣ୍ଡେ, ସୁଶାନ୍ତ କୁମାର ବାରିକ, ଅନୁସୂୟା ସ୍ୱାଇଁ, କାହ୍ନା ଭୋଇ, ସରୋଜ ପ୍ରଧାନ, ଗୁମନ୍ତ ମାଝୀ, ସୁଶୀଲ ମହାନନ୍ଦ, ସନ୍ତୋଷ ସ୍ୱର୍ଣ୍ଣକାର, ବସନ୍ତ କୁମାର ଭାରସାଗର, ପ୍ରଗତି ହରପାଳ, ସୁପ୍ରିମା ପଧାନ, ସଂଜୀବ ପଟେଲ, ହରପ୍ରିୟା ସାହୁ, ପ୍ରଦ୍ୟୁମ୍ନ ସେଠ, ବିଶ୍ଵନାଥ ସାହୁ ଓ ଶ୍ରବଣ ନନ୍ଦ ପ୍ରମୁଖ ଉପସ୍ଥିତ ରହି କ୍ରୀଡାରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.