ବୁଢାରଜା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ବୋର୍ଡା ଦଳ ଚାମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତରା ଗ୍ରାମର ଖେଳପଡ଼ିଆ ଠାରେ ଚାଲିଥିବା ବୁଢାରଜା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ ଗୋଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ବୋର୍ଡା ଓ ସିଆଲଝୁଡୁଙ୍ଗି ଦଳ ଫାଇନାଲ ମ୍ୟାଚରେ ଉତ୍ତୀର୍ଣ୍ଣ ହୋଇଥିଲେ । ଆୟୋଜିତ ଫାଇନାଲ ମ୍ୟାଚରେ ସିଆଲଝୁଡୁଙ୍ଗି ଦଳକୁ ପରାସ୍ତ କରି ବୋର୍ଡା ଦଳ ଚାମ୍ପିଆନ ହୋଇଥିଲା । ରେଫରି ବିବତ୍ସ ମାଝୀ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ବୈଷ୍ଣବ ତାଣ୍ଡି ଓ ନବୀନ ସରାଫ ସହଯୋଗ କରିଥିଲେ । ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ଚାନ୍ଦୋତରା ପଞ୍ଚାୟତର ସରପଞ୍ଚ ତଥା ବୁଢ଼ାରଜା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜକ କମିଟିର ସଭାପତି ଜିତେନ୍ଦ୍ର ବଚ୍ଛାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସମ୍ମାନୀୟ ଅତିଥି ଭାବରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ଅଲଣ୍ଡା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଯୁବରାଜ ବାଗ, କଂଗ୍ରେସ ବରିଷ୍ଠ ନେତା ନୀଳକଣ୍ଠ ତ୍ରିପାଠୀ, ଜିଲ୍ଲା ଛାତ୍ର କଂଗ୍ରେସ ଉପ ସଭାପତି ସଞ୍ଜୟ ସିଂଦେଓ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ ନାଏକ, ଟୁଲୁ ସିଂ ଭୋଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଚାମ୍ପିଆନ ଓ ଉପ ବିଜେତା ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ । ଏଥିରେ ଆଲୋକ କୁମାର ସାହୁ ଓ ଗୌତମ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ଅଭିଷେକ ସିଂ ଭୋଇ, ଶେଷଦେବ ଯାନୀ, ଜିତେନ୍ଦ୍ର ରଣା, ଅମରେଶ ବଚ୍ଛା, ଆକାଶ ଭୋଇ, ବୁନା ଭୋଇ, ଭର୍ତ୍ତ ଭୋଇ, ମନୋଜ ଥପା, ଭୀଷ୍ମ ବଚ୍ଛା, ଶ୍ରୀକାନ୍ତ ସିଂ ଭୋଇ, ସଞ୍ଜୀବ କୁମାର ସିଂ ଭୋଇ, ନରେନ୍ଦ୍ର ରଣା, ଧନୁ ଥନାପତି, ଭରତ ଭୋଇଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.