jayashree

ଡାକ୍ତରଖାନାରେ ପରିବେଶ ସ୍ୱଚ୍ଛତା ନେଇ ସଚେତନତା

ବୀରମହାରାଜପୁର : ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସ୍ୱଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡାକ୍ତରଖାନା କର୍ମଚାରୀମାନଙ୍କ ସହ କିଛି ସ୍ୱେଛାସେବୀ ଅନୁଷ୍ଠାନ ମିଳିତ ଭାବେ ଡାକ୍ତରଖାନା ପରିବେଶ ସଫାସୁତୁରା କରିଛନ୍ତି । ଡାକ୍ତରଖାନା ପରିସରରେ ଭାର ପ୍ରାପ୍ତ ଚିକିତ୍ସାଧିକାରୀ ସ୍ୱପ୍ନେଶ୍ୱର ବେହେରାଙ୍କ ନେତୃତ୍ୱରେ ପିଏଚ୍‌ଓ ସ୍ୱର୍ଣ୍ଣପ୍ରଭା ଜୁଏଡ, ଏମ୍‌ପିଏଚ୍‌ଏସ୍‌ ଆଲୋକ ସେଠଙ୍କ ସହ ବୀରମହାରାଜପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିୟା କର୍ମକର୍ତ୍ତା ମିଳିତ ଭାବେ ଏସ୍‌ଡିଏଚ୍‌ ପରିସର ପରିଷ୍କାର ପରିଛନ୍ନ କରିଥିଲେ । ଡାକ୍ତରଖାନା ପରିସରରେ ପରିବେଶ ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରାଯାଇଥିଲା । ସେହିପରି ସଦର ନିକଟସ୍ଥ ହନୁମାନପାଲି ଗାଁରେ ସ୍ୱଚ୍ଛତା ଏବଂ ପରିଛନ୍ନତା ନେଇ ସଚେତନ କରିବା ସହିତ ପରିବେଶ ସଫା ରଖିଲେ କେଉଁ କେଉଁ ରୋଗରୁ ବର୍ତ୍ତିପାରିବା ସେ ନେଇ ସାଧାରଣ ଲୋକଙ୍କୁ ସଚେତନ କରିଥିଲେ । କାର୍ଯ୍ୟକ୍ରମରେ ଡାକ୍ତରଖାନା କର୍ମଚାରୀ, ସ୍ୱେଛାସେବୀ ଓ ଆଶା ଦିଦିମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.