csstore

ଗୀତା ଜୟନ୍ତୀ ଉତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିବ୍ୟ ଜୀବନ ସଂଘ ପକ୍ଷରୁ ଭଗବତୀ ନଗର ଠାରେ ଆଜି ଗୀତା ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ହୋମରେ କର୍ତ୍ତା ରୂପେ ରାଧାବଲ୍ଲଭ ପରିଛା ଓ ପ୍ୟାରୀ ମୋହନ ଦାଶ ଯୋଗଦେଇ ଗୀତାର ସମସ୍ତ ଶ୍ଲୋକରେ ଆହୁତି ଦେଇ ଗୀତା ଯଜ୍ଞ କରିଥିଲେ । ଗୁରୁଭାଇ ଓ ଭଉଣୀ ମାନେ ଗୀତାର ଆବୃତ୍ତି ପୂର୍ବକ ଆହୁତିରେ ଭାଗ ନେଇଥିଲେ । ବରିଷ୍ଠ ସଦସ୍ୟ ଓ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସଭାପତି ରବି ଚନ୍ଦ୍ର ଉଦ୍‌ଗାତା, ସାଧାରଣ ସମ୍ପାଦକ ରଘୁନାଥ ବାବୁ, ସହ ସମ୍ପାଦକ ରୀତା ବକ୍ସି, କୋଷାଧକ୍ଷ ପ୍ରମୋଦ ରଞ୍ଜନ ପାଣ୍ଡିଆ, ଗୋପାଳ ନାୟକ, ପ୍ରଭାତ ରଞ୍ଜନ ପାଣ୍ଡିଆ, ପଦ୍ମନାଭ ଭୋଇ, ପଙ୍କଜିନି ବାବୁ, ନିହାରିକା ମିଶ୍ର, ଡା ନିତ୍ୟାନନ୍ଦ ଦାଶ ଠାକୁର, ଇଠ କିଶୋର ମୋହନ ମିଶ୍ର, ମୃଣ୍ମୟୀ ମିଶ୍ର, ଚିନ୍ମୟୀ ମିଶ୍ରଙ୍କ ବ୍ୟତୀତ ଶତାଧିକା ଭକ୍ତ ଉପସ୍ଥିତ ଥିଲେ । ପୂଜକ ରୂପେ ନବୀନ ଚନ୍ଦ୍ର ହୋତା ଓ ସହଯୋଗୀ ସୁଦାମ ମିଶ୍ର ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.