pakka

ଦେବର୍ଷି ନାରଦ ସମ୍ମାନରେ ସମ୍ମାନିତ ହେଲେ ସାମ୍ବାଦିକ ପ୍ରଦୀପ ସାହୁ

bbehera

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା ତୈଲିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତ ବାର୍ଷିକ ଉତ୍ସବ ନର୍ଲା ବ୍ଲକ ରୁପ୍ରା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଧାୟକ ଭୁପିନ୍ଦର ସିଂ, ଜିଲ୍ଲା ସଭାପତି ନୀଳମଣି ସାହୁ, ସାଧାରଣ ସମ୍ପାଦକ ନବୀନ କିଶୋର ସାହୁ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତରେ କର୍ଲାମୁଣ୍ଡାର ଯୁବ ସାମ୍ବାଦିକ ପ୍ରଦୀପ କୁମାର ସାହୁଙ୍କୁ ଦେବର୍ଷି ନାରଦ ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.

one × one =