csstore

ତୁରେକେଲାରେ ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ପ୍ରତିବର୍ଷ ପରି ଚଳିତ ବର୍ଷ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀରଚରଣ ବିଶିଙ୍କ ସଭାପତିତ୍ୱରେ ଜଳନ୍ଧର ମହାକୁଡ, ସରପଞ୍ଚ ତୁରେକେଲା ଗ୍ରାମ ପଞ୍ଚାୟତ ମୁଖ୍ୟ ଅତିଥି, ବିରଞ୍ଚି ନାରାୟଣ ଦାଶ, ତୁରେକେଲା କ୍ଲଷ୍ଟର ସଂଯୋଜକ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବରେ କ୍ଲଷ୍ଟର ସଂଯୋଜକ ପ୍ରେମରାଜ ପାଣିଗ୍ରାହୀ, ଧନସିଂ ମାଝୀ, ଗୁରୁପ୍ରସାଦ ଛତ୍ରିଆ, କୃତିବାସ ବରିହା ଯୋଗ ଦେଇଥିଲେ । ସର୍ବ ପ୍ରଥମେ ବିଘ୍ନ ବିନାଶକଙ୍କ ମୂର୍ତ୍ତିରେ ଧୂପଦୀପ ଦେବାପରେ ବିଆରଟି ସୁନୀଲ ସାହୁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ ଓ ବିଆରଟି ଜ୍ୟୋତିବିକାଶ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ଉପସ୍ଥିତ ଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ମନରେ ସକାରାତ୍ମକ ପରିବେଶ ସୃଷ୍ଟି କରିବା ନିମନ୍ତେ ଅତିଥିମାନେ ଉଦାହରଣ ମାଧ୍ୟମରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି, ୬ ତାରିଖରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ନେଇ ବାଳିକା ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜି ଠାରେ ଖେଳ ପ୍ରତିଯୋଗିତା ହେବ ବୋଲି ସୂଚନା ପ୍ରଦାନ କରାଯାଇଥିଲା ।

jayashree
Leave A Reply

Your email address will not be published.