jsm

ଖଡ଼ିଆଳ ବ୍ଲକରେ ସରକାରୀ ଯୋଜନାର ଜନ ଶୁଣାଣି ଶିବିର ଅନୁଷ୍ଠିତ

csstore

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ କଲ୍ୟାଣ ମଣ୍ଡପ ୦୨ ପରିସର ମଧ୍ୟରେ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ଯୋଗ ଦେଇ ସରକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ସମୀକ୍ଷା ହେଲେ ତା’ର ସୁଧାର ଆସିବ ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠିତ ଜନ ଶୁଣାଣିରେ ମୁଖ୍ୟ ନିର୍ବାହୀ ଅଧିକାରୀ ମଧୁଛନ୍ଦା ସାହୁ, ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ଜିଲ୍ଲା ପରିଷଦ ସଭ୍ୟ ତନୟା ଶବର, ମାଲ୍ୟବନ୍ତ ସୁନା, ଜଣ ଶୁଣାଣି ସଦସ୍ୟ ଅଜିତ ପଣ୍ଡା, ତପନ ଦାଶ, ଜିଲ୍ଲା ଜନ ଶୁଣାଣି ଅଧିକାରୀ ମିଳନ ପତି ଯୋଗ ଦେଇଥିଲେ । ଜନ ଶୁଣାଣି ଶିବିରରେ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା ଏବଂ ପେନସନ୍‌ ଯୋଜନା ଉପରେ ବିଭାଗୀୟ ଅଧିକାରୀ, ଜନ ପ୍ରତିନିଧି, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ସାମାଜିକ ଜନ ଶୁଣାଣି କର୍ମଚାରୀ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ୩୦୦ ଦିନ କାର୍ଯ୍ୟ କରିଥିବା ଶ୍ରମିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ସଫଳ ଚାଷୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

yuvodaya
Leave A Reply

Your email address will not be published.