jayashree

ବଲାଙ୍ଗିରରେ ହାଇକୋର୍ଟ ସ୍ଥାୟୀ ବ୍ୟାଞ୍ଚ, କୃଷି ବିଶ୍ୱବିଦ୍ୟାଳୟ ଓ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ଦାବୀ କଲେ ନରସିଂହ

  • ବିଧାୟକ ପାଣ୍ଠିକୁ ୫ କୋଟି ଟଙ୍କାକୁ ବୃଦ୍ଧି କରାଯାଉ- ନରସିଂହ
  • ଲକ୍ଷ୍ମୀଯୋର ପ୍ରକଳ୍ପ ଓ ମହାରାଣୀ ସାଗର ପ୍ରକଳ୍ପକୁ ତୁରନ୍ତ ସମ୍ପୂର୍ଣ୍ଣ କରାଯାଉ- ନରସିଂହ
  • ଦେଓଗାଁ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଦାବୀ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଧାନସଭାରେ ଶୀତ ଅଧିବେଶନ ଚାଲିଛି । ବିଧାନସଭା ଚାଲିଥିବା ସତ୍ୱେ ପଦ୍ମପୁର ଉପନିର୍ବାଚନ ଯୋଗୁଁ ବିଭିନ୍ନ ବିଭାଗର ମନ୍ତ୍ରୀ ବିଧାନସଭାରେ ଅନୁପସ୍ଥିତ ରହୁଛନ୍ତି । ଗଣତନ୍ତ୍ରରେ ବିଧାନସଭା ନିଜ ଜନତା ପ୍ରତି ଉତ୍ତରଦାୟୀ ହେବା ଆବଶ୍ୟକ । ରାଜନୀତି ଛାଡି ଉଭୟ ସରକାରୀ ଦଳ ଜନାଭିମୁଖୀ ହେଉନ୍ତୁ ବୋଲି ବିଧାୟକ ନରସିଂହ ମିଶ୍ର ବିଧାନସଭାରେ ବକ୍ତବ୍ୟ ରଖିଛନ୍ତି । ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି । କେଉଁଠି ଅର୍ଥ ବରାଦ ଥିବା ସତ୍ୱେ ପ୍ରକଳ୍ପ ଅଧାରେ ପଡିଛି ତ ଆଉ କେଉଁଠି ଅର୍ଥ ହିଁ ପ୍ରକଳ୍ପ ପାଇଁ ବାଧା ପାଲଟିଛି । ଏଭଳି ସ୍ଥିତିରେ ସରକାର ଏସବୁ ପ୍ରକଳ୍ପକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଶ୍ରୀ ମିଶ୍ର ଦାବୀ କରିଛନ୍ତି । ଶ୍ରୀ ମିଶ୍ର ମଧୁସୂଦନ ପେନସନ୍‌ ଯୋଜନାକୁ ମାସିକ ୩ ହଜାର ଟଙ୍କାକୁ ବୃଦ୍ଧି କରିବା, ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଦିଆଯାଉଥିବା ଅନୁଦାନ ରାଶିକୁ ୨୦ ହଜାର କୋଟି ପର୍ଯ୍ୟନ୍ତ କରିବା, ବଲାଙ୍ଗିର ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପୁନଃ ସ୍ଥାପନ କରିବା, ବଲାଙ୍ଗିରରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା, ବିଧାୟକ ପାଣ୍ଠିକୁ ବାର୍ଷିକ ୫ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା, ପୁରାତନ ମଠ, ମନ୍ଦିରର ଉନ୍ନତି ପାଇଁ ଦେବୋତ୍ତର ବିଭାଗକୁ ୫୦୦ କୋଟି ଅନୁଦାନ ପ୍ରଦାନ କରିବା, ମହାରାଣୀ ସାଗରର ତୁରନ୍ତ ଉନ୍ନତି କରିବା, ଲକ୍ଷ୍ମୀଯୋର ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ କରିବା ସହ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳିର ବିକାଶ କରିବା, ଜିଲ୍ଲାରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବା ସହ ଦେଓଗାଁ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବା, ସହରରେ ତୁରନ୍ତ ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ମିନି ଲୋକସେବା ଭବନ ନିର୍ମାଣ କରିବା ପାଇଁ ଦାବୀ କରିଛନ୍ତି । ତା’ ଛଡା ସମ୍ବିଧାନ ଗଣତନ୍ତ୍ର ପ୍ରତି କୁତ୍ସିତ ମାନସିକତା ରଖୁଥିବା ଗାନ୍ଧୀ ହତ୍ୟାକାରୀ, ସାଂପ୍ରଦାୟିକ ଓ ରାଜନୈତିକ ଶକ୍ତି ପ୍ରତି କୌଣସି ସମର୍ଥନ ପ୍ରକାଶ ନ କରିବା ପାଇଁ ଶ୍ରୀ ମିଶ୍ର ବିଧାନସଭାରେ ଦାବୀ ଉପସ୍ଥାପନ କରିଛନ୍ତି ।

Leave A Reply

Your email address will not be published.