oom

ନିକ୍ଷ ପୋଷଣ ଯୋଜନାରେ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ

jsmm
  • ୧୭ ଜଣ ରୋଗୀଙ୍କୁ ୧୭ ଅଧିକାରୀ କଲେ ପୋଷ୍ୟ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବିଡ଼ିଓ ସୁରେନ୍ଦ୍ର ମେହେରଙ୍କ ଉପସ୍ଥିତିରେ ମେଡିକାଲ ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ମିଶ୍ରଙ୍କ ତତ୍ତ୍ଵାବଧାନରେ ନିକ୍ଷ ପୋଷଣ ଯୋଜନାରେ ସୋମବାର ଦିନ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଲକର ୧୭ ଜଣ ଟିବି ରୋଗୀମାନଙ୍କୁ ଦେଓଗାଁ ବିଡ଼ିଓ ଶ୍ରୀ ମେହେର, ମେଡିକାଲ ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କ ସହ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ମେଡିକାଲ ଅଫିସରମାନେ ରୋଗୀମାନଙ୍କ ମେଡିସିନ କୋର୍ସ ସମ୍ପୂର୍ଣ୍ଣ ହେବା ଯାଏ ରୋଗୀମାନଙ୍କୁ ପୋଷ୍ୟ କରିଛନ୍ତି । ଏହି ଯୋଜନା ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ ୯ ତାରିଖରେ ଶୁଭାରମ୍ଭ କରିଛନ୍ତି । ୬ ମାସ ଯାଏ ପ୍ରତିମାସ ୩ କେଜି ଚାଉଳ, ୧.୫ କେଜି ଡାଲି, ଗୋଟେ ଲିଟର ତେଲ, ଅଧ କେଜି ଅମୂଲ, ଗୋଟେ କେଜି ଚିନି ସହ ବିସ୍କୁଟ ପାଇଁ ସେମାନଙ୍କୁ ନିଜସ୍ଵ ଖର୍ଚ୍ଚରେ ଦେବେ । ଏହି ଅବସରରେ ବିପିଏମ୍ ପରେଶ୍ ସାହୁ, ଏସଟିଏସ ସମୀର ରଞ୍ଜନ ବେହେରା, ବିଏଏମ ସମୀର ସିଂ, ଏଲଟି ମହେନ୍ଦ୍ର ତ୍ରିପାଠୀ, ବିଡ଼ିଏମ୍ ବିପ୍ଳବ ମିଶ୍ର ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.