pakka

ଓଡ଼ିଶାରୁ ୨ ଜଣଙ୍କୁ ମିଳିଲା ଶିଳ୍ପଗୁରୁ ପୁରସ୍କାର

kalikesh

ନୂଆଦିଲ୍ଲୀ : ଓଡ଼ିଶାର ମୋଟ ୧୫ ଶ୍ରେଷ୍ଠ କାରିଗରଙ୍କୁ ୨୦୧୭, ୨୦୧୮ ଏବଂ ୨୦୧୯ ବର୍ଷ ପାଇଁ ଶିଳ୍ପଗୁରୁ ଓ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ତାଳପତ୍ର ଖୋଦେଇ କାରିଗରି ପାଇଁ ବିଜୟ କୁମାର ପରିଡ଼ା ଏବଂ ପଥର ଖୋଦେଇ ପାଇଁ ମହେଶ୍ୱର ପରିଡ଼ାଙ୍କୁ ସୋମବାର ୨୦୧୮ ବର୍ଷ ନିମନ୍ତେ ଶିଳ୍ପଗୁରୁ ପୁରସ୍କାର ମିଳିଛି । ୨୦୧୭ ଏବଂ ୨୦୧୮ ପାଇଁ ୫ ଜଣଙ୍କୁ ଏବଂ ୨୦୧୯ ପାଇଁ ୩ ଜଣଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ଭାରତୀୟ ହସ୍ତକଳା ଓ ବୟନଶିଳ୍ପ ସେକ୍ଟରକୁ ମୂଲ୍ୟବାନ ଅବଦାନ ଏବଂ କାରିଗରିରେ ସେମାନଙ୍କର ଉତ୍କର୍ଷତାର ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଥିବା କେନ୍ଦ୍ର ବୟନଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଶିଳ୍ପଗୁରୁ ପୁରସ୍କାର ବାବଦକୁ ସ୍ୱର୍ଣ୍ଣ ମୁଦ୍ରା, ୨ ଲକ୍ଷ ନଗଦ ଅର୍ଥରାଶି, ତାମ୍ରପତ୍ର, ସାଲ୍‌ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥାଏ । ଉପରୋକ୍ତ ୩ ବର୍ଷ ପାଇଁ ମୋଟ ୩୦ ଜଣଙ୍କୁ ଶିଳ୍ପଗୁରୁ ପୁରସ୍କାର ମିଳିଛି । ସେମାନଙ୍କ ମଧ୍ୟରୁ ୬ ଜଣ ମହିଳା ବୋଲି ସୂଚନା ମିଳିଛି ।

pp
Leave A Reply

Your email address will not be published.

eight + two =