pakka

ଜମି ହଡପ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବୃଦ୍ଧା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜମି ହଡପ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବୃଦ୍ଧା । ବଲାଙ୍ଗିିର ସାହାଜବାହାଲର ଆହ୍ଲାଦିନୀ ଯୋଶୀ ନାମକ ଜଣେ ବୃଦ୍ଧାଙ୍କ ଠାରୁ ବଲାଙ୍ଗିର ଚଟିଆପାଲିରେ ବାସ କରୁଥିବା ଗୋଲକ ବିହାରୀ ନାମକ ଜଣେ ବ୍ୟକ୍ତି ତାଙ୍କ ଠାରୁ ଜମି ହଡପ କରିଥିବା ଅଭିଯୋଗ ନେଇ ଆହ୍ଲାଦିନୀ ଯୋଶୀ ଜିଲ୍ଲାପାଲଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କ କହିବା ଅନୁସାରେ, ଗୋଲକ ବିହାରୀ ତାଙ୍କ ଠାରୁ ଜମି ହଡପ କରି ନିଜ ନାଁରେ ଜମି କରାଇ ଦେବାକୁ କହିଥିଲେ । ଆହ୍ଲାଦିନୀ ଯୋଶୀ ଗୋଲକ ବିହାରୀର କଥାରେ ଅମଙ୍ଗ ହେବାରୁ ଆହ୍ଲାଦିନୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ସେ କହିଛନ୍ତି ।

Leave A Reply

Your email address will not be published.

20 − eighteen =