csstore

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଠାରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ପଶ୍ଚିମ ଓଡିଶାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସଭାପତି ଶଶିଭୂଷଣ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଆଗାମୀ ଖାଉଟି ପକ୍ଷ ପାଳନ ଖାଉଟି ଦିବସ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକଟି ଉଭୟ ସାଧାରଣ ଓ ଆବାସି ମାଧ୍ୟମରେ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ମାଣିକ ଲାଲ ବର୍ମା, ସଂଗଠନ ସମ୍ପାଦକ ସତ୍ୟନାରାୟଣ ପଟେଲ, କୋଷାଧ୍ୟକ୍ଷ ନଳିନୀକାନ୍ତ ମହାନ୍ତି, ବଲାଙ୍ଗିର ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀ, କୋଷାଧ୍ୟକ୍ଷ ନବ କୃଷ୍ଣ ପଟେଲ ଯୋଗ ଦେଇଥିବା ବେଳେ ଆବାସି ମାଧ୍ୟମରେ କ୍ଷେତ୍ରୀୟ ସଂଗଠନ ସହ ମନ୍ତ୍ରୀ ବଦ୍ରିନାରାୟଣ ମହାଣା, ରାଉରକେଲାରୁ ସରୋଜ ପତି, ରାଜ୍ୟ ମହିଳା ପ୍ରମୁଖ ସବିତା ମହନ୍ତ, ସଂଜୀବ ପଟେଲ, ବଲାଙ୍ଗିରର ସଂଯୁକ୍ତା ମିଶ୍ର, ରାୟଗଡା ଜିଲ୍ଲା ସଭାପତି କିଶୋର ସାହୁ ଯୋଗ ଦେଇଥିଲେ । ଆଗାମୀ ଡିସେମ୍ବର ୨୪ ଖାଉଟି ଦିବସ ରାଜ୍ୟସ୍ତରୀୟ ବଲାଙ୍ଗିର ଠାରେ ଓ ୨୫ ତାରିଖରେ ରାଉରକେଲା ଠାରେ କରାଯିବ । ତା’ ପୂର୍ବରୁ ପ୍ରତି ଜିଲ୍ଲାରେ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଖାଉଟି ବିଷୟକୁ ନେଇ ପ୍ରତିଯୋଗିତା କରାଯାଇ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯିବ । ଜାନୁଆରୀ ୨୨ ତାରିଖରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ବର୍ଗ ସକାଳ ୯ରୁ ରାତି ୭ ପର୍ଯ୍ୟନ୍ତ ରାୟଗଡା ଠାରେ ଅନୁଷ୍ଠିତ କରିବାକୁ ନିଷ୍ପତ୍ତି ନିଆଯାଇଛି ।

jayashree
Leave A Reply

Your email address will not be published.