ରାଜ୍ୟରେ ନିଯୁକ୍ତି ପାଇବେ ୭୫୪୦ ଶିକ୍ଷକ : ଡିସେମ୍ବର ୧୧ରୁ ଆବେଦନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ନିଯୁକ୍ତ ହେବେ ୭୫୪୦ ଶିକ୍ଷକ । ଏଥିପାଇଁ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ (ଓଏସ୍‌ଏସ୍‌ସି) ୱେବସାଇଟ୍‌ରେ ନିଯୁକ୍ତି ପ୍ରକ୍ରିୟା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଆସନ୍ତା ଡିସେମ୍ବର ୧୧ରୁ ଜାନୁଆରୀ ୯ ପର୍ୟ୍ୟନ୍ତ ଓଏସ୍‌ଏସ୍‌ସିରେ ଆବେଦନ କରିପାରିବେ ଆଶାୟୀ ଶିକ୍ଷକ । ଟିଜିଟି ଆର୍ଟସ୍‌ରେ ୧୯୭୦, ଟିଜିଟି ସାଇନ୍ସ (ପିସିଏମ୍‌)ରେ ୧୪୧୯ ପଦବୀ ରହିଛି ।

ସେହିପରି ଟିଜିଟି ସାଇନ୍ସ (ସିବିଜେଡ୍‌)ରେ ୧୨୦୫, ହିନ୍ଦୀରେ ୧୩୫୨, ସଂସ୍କୃତରେ ୭୨୩, ପିଇଟିରେ ୮୪୧, ଉର୍ଦ୍ଦୁରେ ୨୪ଓ ତେଲୁଗୁରେ ୬ଜଣ ଶିକ୍ଷକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଫେବ୍ରୁଆରୀ ୨୩ରେ ହୋଇପାରେ ପ୍ରିଲିମନାରୀ ପରୀକ୍ଷା । ଇଂରାଜୀ ଓ ଓଡ଼ିଆରେ ପ୍ରିଲିମ୍‌ ଓ ମେନ୍‌ ପରୀକ୍ଷା ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.