ଗୋମାଂସ ଭର୍ତ୍ତି କଣ୍ଟେନର ଜବତ : ୨ ଅଟକ

ଆଠଗଡ଼ : ଗୋମାଂସ ଭର୍ତ୍ତି କଣ୍ଟେନର ପୋଲିସ ଜବତ କରିଥିବା ଜଣାପଡିଛି । ରବିବାର ବିଳମ୍ବିତ ରାତିରେ ତିଗିରିଆ ଫାୟାର ଷ୍ଟେସନ୍ ପାଖ ଅଚଳକୋଟ ରାସ୍ତାରୁ ଏହି କଣ୍ଟେନର ଜବତ ହୋଇଛି । ଏହା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ରବିବାର ବିଳମ୍ବିତ ରାତିରେ ବିଶେଷ ସୂତ୍ରରୁ ଖବର ପାଇ ତିଗିରିଆ ପୋଲିସ ଫାୟାର ଷ୍ଟେସନ୍ ପାଖ ଅଚଳକୋଟ ରାସ୍ତାରୁ ଗୋମାଂସ ଭର୍ତ୍ତି ଏକ କଣ୍ଟେନର ଜବତ କରିଥିଲା । ଏହି କଣ୍ଟେନର ଭିତରୁ ୧୫ ଟନ୍‌ରୁ ଅଧିକ ଗୋମାଂସ ଜବତ ହୋଇଛି । ଏହା ସହ ୨ ଜଣଙ୍କୁ ଅଟକ ରଖିଛି ତିଗିରିଆ ପୋଲିସ । ଏହି ଗୋମାଂସ ସବୁ ତିଗିରିଆ କରଡ଼ାପଲ୍ଲୀରୁ କଲିକତାକୁ ଚାଲାଣ ହେଉଥିବା ଜଣାପଡ଼ିଛି । ତେବେ ତିଗିରିଆରେ ଗୋହତ୍ୟା ହେଉଥିବା ସହିତ ଖୁଲମ୍ ଖୁଲା ଗୋମାଂସ ଚାଲାଣ ହେଉଥିବା ସ୍ଥାନୀୟ ଲୋକ ବାରମ୍ଵାର ଅଭିଯୋଗ କରୁଛନ୍ତି ।

Leave A Reply

Your email address will not be published.