csstore

ନବ ଜ୍ୟୋତି ଯୁକ୍ତଦୁଇ ଓ ଯୁକ୍ତତିନି ବିଜ୍ଞାନ ମହାବିଦ୍ୟାଳୟର ଅଭିଭାବକ ସମ୍ମିଳନୀ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବେଳଖଣ୍ଡି ଶୈବପୀଠରେ ନବ ଜ୍ୟୋତି ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଶାନ୍ତନୁ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଭାଇସ ଚେଆରମ୍ୟାନ ଭାସ୍କର ଚନ୍ଦ୍ର ପଧାନ, ଅଧ୍ୟକ୍ଷ ଆଶିଷ କୁମାର ସାହୁ, ଗଣିତ ଅଧ୍ୟାପକ ମହେଶ୍ୱର ମହଲା, ଭୌତିକ ବିଜ୍ଞାନ ଅଧ୍ୟାପକ ରଶ୍ମିରଂଜନ ବରାଳ ଯୋଗ ଦେଇ ଅଭିଭାବକ ସମ୍ମିଳନୀରେ ଶାନ୍ତନୁ କୁମାର ମହାପାତ୍ରଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କ ପାଠ ପଢାକୁ ନେଇ କଲେଜରେ କିପରି ଅଧିକ ପାଠ ପଢି ଶତ ପ୍ରତିଶତ ମାର୍କ ରଖିବେ ଓ ପିଲାମାନଙ୍କ ଭବିଷ୍ୟତ ତଥା ପାଠ ପଢାକୁ ନେଇ କୋଚିଂ ଓ ଶିକ୍ଷାର ମାନ ବଢାଇବା ପାଇଁ କହିଥିଲେ । ନବ ଜ୍ୟୋତି ବିଜ୍ଞାନର ଅଭିଭାବକ ସମ୍ମିଳନୀରେ କର୍ଲାମୁଣ୍ଡା, କେସିଙ୍ଗା, ନର୍ଲା ଓ ମ. ରାମପୁରର ଅଭିଭାବକ ଅଭିଭାବିକା ଯୋଗ ଦେଇଥିଲେ । କିଛି ଅଭିଭାବକମାନେ କଲେଜକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରି ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ମାର୍କ ରଖିବେ ତାହା ହେଲେ କଲେଜର ନାମ ରହିବ ଓ ପିଲାମାନଙ୍କର ଭବିଷ୍ୟତ ବି ଉଜ୍ୱଳ ହେବ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଛାତ୍ର ଅଭିଭାବକ ସୁଦାମ ବାରିକ ଓ ଅନିରୁଦ୍ଧ ବାଗ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.