csstore

ପ୍ରଧାନ ସେବିକାଙ୍କ ଅବସର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅଧିନସ୍ଥ ଆଶ୍ରମ ସ୍କୁଲର ପ୍ରଧାନ ସେବିକା ଶ୍ରୀମତୀ ପ୍ରେମକାନ୍ତୀ ରାୟ ତାଙ୍କ କର୍ମକ୍ଷେତ୍ରରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ତୁରେକେଲା କ୍ଲଷ୍ଟର ସଂଯୋଜକ ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁରେକେଲା ଠାରେ ଅନୁଷ୍ଠିତ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତ ମୁଖ୍ୟ ଅତିଥି ଭାବରେ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି, ଅବସରପ୍ରାପ୍ତ ଶିକ୍ଷକ ରାମକୃଷ୍ଣ ସେଲମା ଯୋଗ ଦେଇଥିଲେ । ସର୍ବପ୍ରଥମେ ମଞ୍ଚାସୀନ ଅତିଥିମାନଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ଶ୍ରୀମତୀ ରାୟଙ୍କୁ ଉପଢୌକନ, ସ୍ମୃତି ଫଳକ ଓ ଉପହାର ପ୍ରଦାନ କରାଯାଇଥିଲା । ଶିକ୍ଷୟିତ୍ରୀ ଡାଳିମ୍ବ ମେହେର, ସୁଭଦ୍ରା ମେହେର ବକ୍ତବ୍ୟ ପ୍ରଦାନ କରିଥିଲେ । ଶ୍ରୀ ଦାଶ ମଞ୍ଚ ପରିଚାଳନା ଓ ପ୍ରେମରାଜ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଶିକ୍ଷୟିତ୍ରୀ ରଜନୀ ମେହେର, ବିନୋଦିନୀ ତାଣ୍ଡି, ଟିକେଶ୍ୱରୀ ସେଠ, ସୁଦୀପ୍ତା ଜେନା, ମାଧବୀ ସାହୁ, ଶିକ୍ଷକ ରବୀନ୍ଦ୍ର ରଥ, ଦେବ ବଗର୍ତ୍ତୀ, ପୀତାମ୍ବର ଲୁହା, ଲଳିତ ମୋହନ ବାରିକ, ସୁରୁମଣି ମେହେର, ବିମଳ ଧରୁଆ, ପ୍ରଫୁଲ୍ଲ ମାଝୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.