ତିହାର ଜେଲରେ ଆପ୍‌ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମସାଜ କରୁଥିବା ଦୃଶ୍ୟରେ ସାରା ଦେଶ ଚକିତ : ସ୍ୱତନ୍ତ୍ର ସିସିଟିଭି ଫୁଟେଜରୁ ଜଣାପଡ଼ିଲା

ଦିଲ୍ଲୀ : ଆପ୍‌ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମସାଜ ହେବାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଅରବିନ୍ଦ କେଜ୍ରିୱାଲ ସରକାରରେ ମନ୍ତ୍ରୀ ତଥା ବର୍ତ୍ତମାନ ତିହାର ଜେଲରେ ଥିବା ସତ୍ୟେନ୍ଦ୍ର ଜୈନଙ୍କ ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଏହି ସିସିଟିଭି ଭିଡିଓରେ ସତ୍ୟେନ୍ଦ୍ର ଜୈନ ଜେଲ ଭିତରେ ମସାଜ ହେଉଥିବା ଦେଖିବାକୁ ମିଳିଛି । ଜେଲ ସେଲରେ ସ୍ଥାପିତ ସିସିଟିଭିରେ ସତ୍ୟେନ୍ଦ୍ର ଜୈନଙ୍କ ମସାଜର ଚିତ୍ର କଏଦ ହୋଇଛି । ଚିତ୍ରଗୁଡ଼ିକରେ ଏହା ସ୍ପଷ୍ଟ ଭାବେ ଦେଖାଯାଇଛି ଯେ, ଜଣେ ବ୍ୟକ୍ତି ସତ୍ୟେନ୍ଦ୍ର ଜୈନଙ୍କ ପାଦକୁ ମାଲିସ୍ କରୁଛନ୍ତି । ଇଡି କିଛି ସମୟ ପୂର୍ବରୁ ଅଭିଯୋଗ କରିଥିଲା ​​ଯେ ସତ୍ୟେନ୍ଦ୍ର ଜୈନ ତିହାର ଜେଲରେ ଭିଆଇପି ସୁବିଧା ହାସଲ୍‌ କରୁଛନ୍ତି । ଏହି ଭିଡିଓକୁ ସେପ୍ଟେମ୍ବର ୧୩, ୨୦୨୨ର ବୋଲି କୁହାଯାଉଛି । ଏହା ତିହାର ଜେଲର ସିସିଟିଭି ଫୁଟେଜ୍ ବୋଲି ଜଣାପଡ଼ିବା ପରେ ଏହି ଦୃଶ୍ୟ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.