ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ସୁଦପଡା ସ୍ଥିତ ବଲାଙ୍ଗିର ରୋଡ୍ ପାସେଞ୍ଜର ହଲ୍ ରେଳ ଷ୍ଟେସନ୍ ରାସ୍ତାରେ ଦାନ୍ତ ଚିକିତ୍ସକ ଡା. ସୁମନ ଗର୍ଗଙ୍କ ଆର୍ କେ ଡେଣ୍ଟାଲ କେୟାର ଚିକିତ୍ସାଳୟରେ ଅପରାହ୍ନ ୫ଟାରୁ ସନ୍ଧ୍ୟା ୮ ଘଣ୍ଟା ପର୍ଯ୍ୟନ୍ତ ମାଗଣା ଦାନ୍ତ ପରୀକ୍ଷଣ ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଠାରେ ୫୦ରୁ ଅଧିକ ନାମ ପଞ୍ଜିକରଣ କରି ଦାନ୍ତ ପରୀକ୍ଷା ନିରୀକ୍ଷା କରାଇବା ସହିତ ମାଗଣା ଔଷଧ ବିତରଣ କରାଯାଇଥିଲା । ଆଗକୁ ଦାନ୍ତ ସୁରକ୍ଷା ଦିଗରେ ଯତ୍ନବାନ୍ ହେବାକୁ ପରାମର୍ଶ ଦିଆଯାଇଥିଲା । ବଲାଙ୍ଗିରର ଅନେକ ମହିଳା, ମାରୱାଡି ମହିଳା ମଞ୍ଚ ସଦସ୍ୟମାନେ ତଥା ସାମ୍ବାଦିକ ଅରୁଣ ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଅଶୋକ ନନ୍ଦ, ରାମବିଳାସ ଶର୍ମା, ବଜରଙ୍ଗ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ ।
Prev Post