oom

ଅଟୋମେସନ କ୍ଷେତ୍ରରେ ଶିଳ୍ପରେ ରୋବୋଟିକ୍ସର ବ୍ୟବହାର ନେଇ ଏମଓୟୁ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଟୋମେସନ କ୍ଷେତ୍ରରେ ଶିଳ୍ପରେ ରୋବୋଟିକ୍ସର ବ୍ୟବହାର ଉଦ୍ଦେଶ୍ୟରେ ଶୁକ୍ରବାର ଅପରାହ୍ନରେ ମଞ୍ଚେଶ୍ୱରସ୍ଥିତ ୱାଲର୍ଡ ସ୍କିଲ୍ ସେଣ୍ଟର(ଡବ୍ଲ୍ୟୁଏସସି) ଏବଂ ଏବିବି ଇଣ୍ଡିଆ ଲିମିଟେଡ ମଧ୍ୟରେ ଏକ ଦ୍ବିପାକ୍ଷିକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନରେ ଥିବା ଓ୍ବାଲର୍ଡ ସ୍କିଲ୍ ସେଣ୍ଟରର କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ରୋବୋଟିକ୍ସ ଟେକ୍ନୋଲୋଜି ଦକ୍ଷତା ବୃଦ୍ଧି କାର୍ଯ୍ୟରେ ଏହା ସହାୟକ ହେବ । ଯେଉଁ ପ୍ରଶିକ୍ଷାର୍ଥୀଙ୍କୁ ଏ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ଏବଂ ସେମାନେ ଭବିଷ୍ୟତରେ ଅନ୍ୟ କର୍ମଚାରୀମାନଙ୍କୁ ଏହି କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ପ୍ରଦାନ କରିବେ । ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହେବା ଫଳରେ ଏବିବି ଓ୍ବାଲର୍ଡ ସ୍କିଲ ସେଣ୍ଟର ପାଇଁ ୫୦ଟି ରୋବୋଟ୍ ଷ୍ଟୁଡିଓ ନେଟଓ୍ବାର୍କ ମାଗଣାରେ ପ୍ରଦାନ କରିବ । ପ୍ରତିବର୍ଷ ଏହା ନବୀକରଣ କରାଯିବ ଏବଂ ଏତଦ ବ୍ୟତୀତ ଓ୍ବାଲର୍ଡ ସ୍କିଲ ସେଣ୍ଟରର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ଦୁଇଥର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ଦ୍ବିପାକ୍ଷିକ ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମରେ ଏବିବି ରୋବୋଟିକ୍ସର ଜନ୍ ଲିଓ ଇଗନାଟିଅସ୍, ଓ୍ବାଲର୍ଡ ସ୍କିଲ୍ ସେଣ୍ଟରର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଳକା ଅରୋରା ମିଶ୍ର, ଅଧ୍ୟକ୍ଷ ସଂଗାରନ୍ ଗୋପାଲ, ନିର୍ଦ୍ଦେଶକ ଚିଓ ଇଙ୍ଗ୍ ଚୁନ୍, ସୁପିଆ ନାଗାମଲ୍, କେରଓ୍ବିନ୍ ହିଙ୍ଗ୍ ଏବଂ ଉପନିର୍ଦ୍ଦେଶକ ଶୁଭାଶିଷ ଦାସ, ସୁଶ୍ରୀ ଏସ୍.ସାହୁ, ଆଶୁତୋଷ ଏନ.ଦେ, ଉପାଧ୍ୟକ୍ଷ ଡ.ଶୁଭାଙ୍ଗ କେ.ଦାସଙ୍କ ସମେତ ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ପିନାକୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.