ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ପାଳନ ଉପଲକ୍ଷେ କୁରୁଲ ଗ୍ରାମ ପଂଚାୟତ ଠାରେ ଗ୍ରାମସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ଅକ୍ଟୋବର ୩୧ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ସପ୍ତାହ ପାଳନ ଉପଲକ୍ଷେ ଆଜି ପୁଇଁତଲା ବ୍ଲକ ଅନ୍ତର୍ଗତ କୁରୁଲ ଗ୍ରାମ ପଂଚାୟତ ଠାରେ ଦୁର୍ନୀତି ନିବାରଣ ବିଭାଗ, ବଲାଙ୍ଗିର ଶାଖା ପକ୍ଷରୁ ଜନସାଧାରଣଙ୍କୁ ଦୁର୍ନୀତି ନିବାରଣ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରାମସଭାରେ ଡ଼ିଏସ୍‌ପି ଭିଜିଲାନ୍ସ, ବଲାଙ୍ଗିର ପୁଲସ୍ତି ଛତ୍ରିଆ, ପୁଇଁତଲା ଅତିରିକ୍ତ ବିଡିଓ ଉପେନ୍ଦ୍ର ମାଝୀ, ପିଇଓ ସୁଧୀର ଚନ୍ଦ୍ର ସାହୁ, ୱାର୍ଡ ମେମ୍ବର, ଦୁର୍ନୀତି ନିବାରଣ ବିଭାଗ, ବଲାଙ୍ଗିରର କର୍ମଚାରୀଙ୍କ ସମେତ ମିଶନ ଶକ୍ତି, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

18 − 12 =