jsm

ଅଲିଭ ରିଡିଲେ ଏନ୍ତୁଡ଼ି ଶାଳ ଓ ସୁରକ୍ଷା ଅଭିଯାନ ଆରମ୍ଭ ହେଲା

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାର ପାଳିବାନ୍ଧ ପଂଚାୟତ ଋଷିକୁଲ୍ୟା ମୁହାଣରେ ପ୍ରତି ବର୍ଷ ପରି ଏହି ବର୍ଷ ନଭେମ୍ବର ୧ ତାରିଖ ଠାରୁ ଅଲିଭ ରିଡିଲେ ଏନ୍ତୁଡ଼ି ଶାଳ ଓ ତାହାର ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି । ବ୍ରହ୍ମପୁର ଡିଏଫଓ ଅମ୍ଲାନ କୁମାର ନାୟକ ଗଞ୍ଜାମ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମ ନିକଟ ମା’ ଗଙ୍ଗାଦେବୀ ପୀଠ ନିକଟସ୍ଥ ଋଷିକୁଲ୍ୟା ନଦୀକୁଳରୁ ଅଲିଭ ରିଡିଲେ ସୁରକ୍ଷା ପାଇଁ ଏକ ବୋଟ ସାହାଯ୍ୟରେ ସମୁଦ୍ର ମଧ୍ୟରେ ପେଟ୍ରୋଲିଙ୍ଗ କାର୍ଯ୍ୟକ୍ରମ ଶୁଭ ଆରମ୍ଭ କରାଯାଇଥିଲା । ପ୍ରୟାଗି ଠାରୁ ଆର୍ଜିପଲ୍ଲୀ ସମୁଦ୍ରର ୨୦ କିଲୋମିଟର ଗଭୀରତା ମଧ୍ୟରେ ଯନ୍ତ୍ର ଚାଳିତ ଡ଼ଙ୍ଗାରେ ମାଛ ମାରିବାକୁ ବାରଣ କରାଯାଇଛି । କାରଣ ଦୂର ଦୂରାନ୍ତରୁ ଲକ୍ଷ ଲକ୍ଷ କଇଁଛ ମିଳନ ପାଇଁ ଋଷିକୁଲ୍ୟା ମୁହାଣକୁ ଆସି ଥାନ୍ତି, ସେମାନଙ୍କୁ ସୁରକ୍ଷା ଦେବାପାଇଁ ବନ ବିଭାଗ ପକ୍ଷରୁ ଏହି କଟକଣା ପ୍ରାୟ ଜୁନ୍‌ ମାସ ପର୍ଯ୍ୟନ୍ତ ରହିବ ବୋଲି ଜଣାପଡ଼ିଛି । ଡ଼ିଏଫଓଙ୍କ ସହ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ, ରମ୍ଭା ଫରେଷ୍ଟର ଅବିନାଶ ଚୌଧୁରୀ, ଫରେଷ୍ଟ ଗାର୍ଡ ମାଧବ ବେହେରା ପ୍ରମୁଖଙ୍କ ସହ ପେଟ୍ରୋଲିଙ୍ଗ ସ୍କ୍ୱାର୍ଡ ପେଟ୍ରୋଲିଙ୍ଗରେ ସମୁଦ୍ରର ନୀଳ ଜଳରାଶୀ ମଧ୍ୟକୁ ଯାଇ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ସମ୍ପର୍କରେ ଅନୁଧ୍ୟାନ କରିଥିବା ଜଣାପଡିଛି ।

yuvodaya
Leave A Reply

Your email address will not be published.