pakka

ବଙ୍ଗୋମୁଣ୍ଡା ଧନୁଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

bbehera

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ହେବାକୁ ଥିବା ୩୬ତମ ଧନୁଯାତ୍ରା ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନଭେମ୍ବର ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ୫ ଦିନବ୍ୟାପି ଧନୁଯାତ୍ରା ହେବ । ଯାତ୍ରାକୁ କିଭଳି ସୁଚାରୁ ରୂପେ ସଂପାଦନ କରାଯିବ ସେ ଉପରେ କମିଟି ପକ୍ଷରୁ କୁହାଯାଇଛି । ପ୍ରତିଦିନ କଂସ ଦରବାର ହେବା ସହ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ସାଂସ୍କୃତିକ ଦଳ ତଥା ବିଭିନ୍ନ ମନୋରଂଜନ ପାଇଁ ମୀନାବଜାର ଓର୍ମାସ ଷ୍ଟଲ ଧନୁଯାତ୍ରାରେ ଜମିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨ ବର୍ଷ କରୋନା ପାଇଁ ଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ବହୁତ୍ ଭିଡ ହେବ ବୋଲି କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ତୁଳସୀରାମ ହଂସ, କାର୍ଯ୍ୟକାରୀ ସଭାପତି ଆନନ୍ଦ ଅଗ୍ରୱାଲ, ସମ୍ପାଦକ ରଶ୍ମି ରଞ୍ଜନ ପୁଟେଲ, ପ୍ରଚାର ପ୍ରସାର ସଂଯୋଜକ ହୁଲେଶ୍ୱର ହଂସ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

two × five =

error: Content is protected !!