ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ସଫେଇ ଅଭିଯାନ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ହରଭଙ୍ଗା ଗ୍ରାମରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସ ପକ୍ଷରୁ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗନଦୀକୁ ସଂଯୋଗ କରୁଥିବା ରାସ୍ତା ଅନାବନା ଗଛ ହୋଇ ସଂକୀର୍ଣ୍ଣ ହୋଇଯାଇଥିଲା । ଆଜି ଗ୍ରାମର ଡୋଳାମଣି ସାହୁଙ୍କ ନେତୃତ୍ୱରେ ଯୁବ ଗୋଷ୍ଠୀ ବାହାରି ରାସ୍ତାର ଅଳିଆ ଆବର୍ଜନା, ଅନାବନା ଗଛ ସଫେଇ କରିଥିଲେ । ଏହି ସଫେଇ ଅଭିଯାନରେ ସ୍ୱେଚ୍ଛାସେବୀ ସଂଗଠନ ବିଙ୍ଗ ହୁମ୍ୟାନ ଫାଉଣ୍ଡେସନର ସଦସ୍ୟ ରାଧେଶ୍ୟାମ ଗଡତ୍ୟା, ଶେଖର ସାହୁ, ଅନୁଭବ ସାହୁ, ମିଳନ ପଧାନ, ରୁଦ୍ର ନାଗ, ବସୁଦେବ କର, ସତ୍ୟ ଠାକୁର ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.