ବାରାହା ଆକ୍ରମଣରେ ବନ କର୍ମଚାରୀ ଗୁରୁତର

ସୁବର୍ଣ୍ଣପୁର : ବାରାହା ଆକ୍ରମଣରେ ବନ କର୍ମଚାରୀ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜରେ ଏପରି ଘଟଣା ଦେଖିବାକୁ ମିଳିଛି । ବନ କର୍ମଚାରୀ ଜଣକ ହେଲେ ଆଶୁତୋଷ ହୋତା । ବାରାହାଟି କେନାଲରେ ଫସି ଯାଇଥିଲା ବେଳେ ତାକୁ ଉଦ୍ଧାର କରିବାକୁ ଯାଇଥିଲେ ଆଶୁତୋଷ । ସେହି ସମୟରେ ଫରେଷ୍ଟ ଗାର୍ଡଙ୍କୁ ବାରାହ ଆକ୍ରମଣ କରିଥିଲା । ଯାହା ଫଳରେ ତାଙ୍କ ଗୋଡରେ କ୍ଷତ ହୋଇଛି । ଏନେଇ ଆଶୁତୋଷଙ୍କୁ ଉଲୁଣ୍ଡା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.