ଚନ୍ଦ୍ରମଣି ନାଟ୍ୟ ସଂଘର ସାଧାରଣ ବୈଠକ

  • ୨୦୨୩ରେ ମହାସମାରୋହରେ ପାଳନ ହେବ ଶତ ବାର୍ଷିକୀ ଉତ୍ସବ

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶାର ଅଗ୍ରଣୀ ନାଟ୍ୟ ସଂଘ ହେଉଛି ଚନ୍ଦ୍ରମଣି ନାଟ୍ୟ ସଂଘ । ଯାହା ୧୯୨୩ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏହି ସଂଘର ଆସନ୍ତା ବର୍ଷ ହେଉଛି ଶତ ବାର୍ଷିକୀର ବର୍ଷ । ଶତ ବାର୍ଷିକୀ ସମାରୋହ ପାଇଁ ଏକ ପ୍ରସ୍ତୁତି ବୈଠକ ଦୁର୍ଗା ମଣ୍ଡପ କ୍ଳବ୍ ଗୃହଠାରେ ଅନୁଷ୍ଠିତ ହୋଇଯାଇଅଛି । ସଭାପତି ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ଆରମ୍ଭରେ ପୂର୍ବତନ ସଦସ୍ୟ ସ୍ୱର୍ଗତ ସତ୍ୟ ନାରାୟଣ ଶତପଥୀ ଏବଂ ସ୍ୱର୍ଗତ ବୀରେନ୍ଦ୍ର ନାଥ ବାଣୁଆଙ୍କ ଆତ୍ମାର ମୁକ୍ତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ସଂପାଦକ ହେମନ୍ତ ସାହୁ, ଉପସଭାପତି ଚିତ୍ତ ରଞ୍ଜନ ବାଗ, ଯୁଗ୍ମ ସମ୍ପାଦକ ବିଭୂତି ଭୂଷଣ ମହାଖୁଡ, ସାଂସ୍କୃତିକ ସମ୍ପାଦକ ଶ୍ରୀପତି ପଟ୍ଟନାୟକ ମଞ୍ଚାସୀନ ରହିଥିଲେ । ସମସ୍ତ ସଦସ୍ୟ ଶତ ବାର୍ଷିକୀ ସମାରୋହକୁ ଧୁମ୍ ଧାମ୍‌ରେ ପାଳନ କରିବା ନେଇ ମତ ପ୍ରକାଶ କରିଥଲେ । ସ୍ଥାୟୀ କମିଟି ସହ ଶତ ବାର୍ଷିକୀ ପାଳନ ପାଇଁ ଏକ ୧୧ ଜଣିଆ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ସର୍ବସମ୍ମତି କ୍ରମେ ଜୀବେଶ କୁମାର ପଣ୍ଡା, ବିକାଶ ରଞ୍ଜନ ସିଂହଦେଓ, ଦେବେଶ ମାଧବ ସିଂହଦେଓ, ଶ୍ରୀକାନ୍ତ ହୋତା, ସପନ କୁମାର ପଟ୍ଟନାୟକ, ରମାକାନ୍ତ ପ୍ରହରାଜ, ରାକେଶ ଶତପଥୀ, ନୀଳ ମାଧବ ସିଂହଦେଓ, ସତ୍ୟ ନାରାୟଣ ସାହୁ, ପ୍ରଦୀପ ସିଂହ (ବଡ ବାବୁ), ସଂଯୁକ୍ତା ପୁରୋହିତ ମନୋନୀତ ହୋଇଥିଲେ । ସ୍ଥାୟୀ କାର୍ଯ୍ୟକାରୀ କମିଟିର ସଦସ୍ୟ ଅଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ସନ୍ତୋଷ ଦୁବେ, ରଶ୍ମି ରଞ୍ଜନ ପ୍ରହରାଜ, ଦେବେନ୍ଦ୍ର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ସାହୁ, ରଜନୀକାନ୍ତ ବଗର୍ତ୍ତି, ଉପେନ୍ଦ୍ର ମହାଖୁଡ, ବୀରେନ୍ଦ୍ର ରଥ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଲଳିତ ମହାଳିକ, ଅଶୋକ ପଟ୍ଟନାୟକ, କୁବେର ମହାଖୁଡ, ମାଗୁଣି ପୁରୋହିତ, କମ୍ବୁପାଣି ମିଶ୍ର, ହିରେନ୍ଦ୍ର ପ୍ରତାପ ସିଂହଦେଓ, ଶରତଚନ୍ଦ୍ର ମହାରଣା, ମଳୟ ତ୍ରିପାଠୀ, ବାନମାଳୀ ଦଣ୍ଡସେନା, ବିକାଶ ଆଚାର୍ଯ୍ୟ, ଡମ୍ବରୁଧର ଭୋଇ, ଧୀରେନ୍ଦ୍ର ମହାନ୍ତି, ଜିତେନ୍ଦ୍ର ପାତ୍ର, ଲଳିତ ମହାଖୁଡ, କୁମରମଣି ନାଗ, ପ୍ରଦୀପ କୁମାର ସିଂ, ଦାଶରଥି ଧଙ୍ଗଡାମାଝୀ, ସତ୍ୟଜିତ୍ ଚାଟାର୍ଜୀ, ଗଙ୍ଗାଧର ପ୍ରହରାଜ, ପ୍ରଶାନ୍ତ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ନଭେମ୍ବର ମାସ ୨୦ ତାରିଖରେ ପରିଚାଳନା କମିଟି ଓ ଶତ ବାର୍ଷିକୀ କମିଟିର ଏକ ବୈଠକ କରାଯାଇ ଶତ ବାର୍ଷିକୀ ସମାରୋହର ସମ୍ପୂର୍ଣ୍ଣ ରୂପ ରେଖ ପ୍ରସ୍ତୁତ କରାଯିବ ବୋଲି ସଂପାଦକ ଶ୍ରୀ ସାହୁ ସୂଚନା ପ୍ରଦାନ କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!