jayashree

ସଇଁତଲାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ଉଦ୍‌ଯାପିତ : ୧୭ ଜଣ ପ୍ରତିଯୋଗୀଙ୍କୁ ଜିଲ୍ଲାସ୍ତରକୁ ମନୋନୀତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରେଡ଼କ୍ରସ୍‌ ଭିନ୍ନକ୍ଷମ ବିଦ୍ୟାଳୟ ପରିସର ଠାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୨୨ କାର୍ଯ୍ୟକ୍ରମ ମହାସମାରୋହ ଉଦ୍‌ଯାପିତ ହୋଇଯାଇଛି । ଏହାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଯୋଗଦାନ କରି ପ୍ରତିଯୋଗିତାରେ କୃତି ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଓଡିଶା ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମହାଦେବ ମିଶ୍ର, ବିଆରସିସି ନାରାୟଣ ଭୋଇ, ତତ୍‌କାଳୀନ ବିଆରସିସି ତପନ ଦାସ ଓ ଶିକ୍ଷକ ପ୍ରକାଶ ପଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇ ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହାର ପୁରସ୍କାର ବିତରଣୀ ଉତ୍ସବରେ ଅନନ୍ତ ବଗର୍ତ୍ତି, ସ୍ୱାଗତ ନାଏକଙ୍କ ତତ୍ତ୍ୱାବଧାନରେ କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ଗୋଲମେଡାଲ ଦେଇ ସମ୍ମାନିତ କରିଥିଲେ । ଏହାର ଉଦ୍‌ଘାଟନୀ ଉତ୍ସବରେ ପୂର୍ବତନ ବିଆରସିସି ତପନ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମହାଦେବ ମିଶ୍ର, କନ୍ୟାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ହୋତା ଓ ବିଆରସିସି ନାରାୟଣ ଭୋଇ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଜିଲ୍ଲା ଶିକ୍ଷକ ସଂଘ ସମ୍ପାଦକ ପ୍ରକାଶ କୁମାର ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ କ୍ଷେତ୍ରପତି ଜାଲ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ପରିପେକ୍ଷୀରେ ଛାତ୍ରଛାତ୍ରୀମାନେ ଗୀତ, ବକ୍ତୃତା, ସାଧାରଣ ଜ୍ଞାନ, ରଚନା, ଚିତ୍ରାଙ୍କନ, ତର୍କ ଭଳି ଗ୍ରୁପ ଡ୍ୟାନ୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ବିଜେତାରେ ତର୍କ ପ୍ରତିଯୋଗୀତାରେ ବେଲଗାଁ ହାଇସ୍କୁଲର କବିତା ରଣା ଓ କରମତଲା ହାଇସ୍କୁଲର ରଚନାରେ ସୁଷମା ରଣା, ଚିତ୍ରାଙ୍କନରେ କରମତଲାର ଅଜିତ ପରାଭୂଏ ଓ ସଇଁତଲା ନୋଡାଲ ବିଦ୍ୟାଳୟର ଅର୍ପଣା କୁମ୍ଭାର, ସାଧାରଣ ଜ୍ଞାନ ପ୍ରତିଯୋଗିତା ଘୁନସରର ସୁମିତ କୁମ୍ଭାର ଓ ଛନଛଡାର କ୍ରିଷ୍ଣା ରଣା, କ୍ରିଏଟିଭ ରାଇଟିଙ୍ଗ ପ୍ରତିଯୋଗିତାରେ ଶିଶକେଲାର ଲିଙ୍ଗରାଜ ମନହୀରା, ବକ୍ତୃତାରେ କରମତଲାର ଜଗଦୀଶ ଅମାତ ଓ ତେଣ୍ଡିପାଲି ଗ୍ରାମରେ ଭବାନୀ ସାହୁ, ଗୀତରେ ବଡ଼ମାଳର ରୋଜାଲିନ ନାଗ ଓ ସଇଁତଲାର ନୈନା ତାଣ୍ଡି ମନୋନୀତ ହୋଇଥିବା ବେଳେ ଓଡ଼ିଆ ହସ୍ତାକ୍ଷରରେ ଛନଛଡାର ଦୀପିକା ରଣା ବିଜେତା ହୋଇଛନ୍ତି । ସେହିପରି ଡ୍ୟାନ୍ସ ପ୍ରତିଯୋଗିତାରେ ଲାଚୁଟ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ବିଜୟୀ ହୋଇ ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ଶିକ୍ଷକ ନାରାୟଣ ଜାଲ, ଧନେଶ୍ୱର ଦାସ ଓ ସୁହାସିନୀ ମିଶ୍ର ପ୍ରମୁଖ ବିଚାରକ ଭାବେ ଉପସ୍ଥିତ ଦାୟିତ୍ୱ ତୁଳାଥିଲେ । ଏହି ପ୍ରତିଯୋଗୀରେ ୩୦୦ ଜଣ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିବା ବେଳେ ଶେଷ ସମୟରେ ସିଆରସିସିମାନଙ୍କର ଦେଖା ଦର୍ଶନ ମିଳି ନଥିବାରୁ ଅସନ୍ତୋଷ ଦେଖା ଦେଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ତରୁଣ କୁମ୍ଭାର ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ବିନୋଦ ନାଗ, ମୋହନ ନନ୍ଦ, ଉପେନ୍ଦ୍ର ବେହେରା, ବେନ୍ୟାବିନ ତାଣ୍ଡି, କ୍ଷୀର ସିନ୍ଧୁ ମହାନନ୍ଦ, ସରୋଜ ବୈଠାରୁ, ପ୍ରବୀଣ ମଲ୍ଲିକ, ଆଦିତ୍ୟ ରଣା, ସନ୍ତୋଷ ଗୁପ୍ତା, ରିନୁ ସାହୁ, ହରିଣମୟୀ ପୃଷେଠ, ଜୟଶଙ୍କର ଶତପଥୀ, ଚିନ୍ତାମଣି ସାହୁ, ଗଣେଶ ତାଣ୍ଡି, ମନଧର ଦୀପ, ରବିଶଙ୍କର ତ୍ରିପାଠୀ, ଶେଷଦେବ ପଧାନ, ଅଜୟ ଖୁଣ୍ଟିଆ, ଶୁଭ୍ରାଂଶୁ ନାଏକ, ପ୍ରମୋଦ ବୁଡେକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.