ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଅଙ୍ଗନୱାଡି କେନ୍ଦ୍ରକୁ ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଗଞ୍ଜାମ ବିଜ୍ଞାପିତ ଅଂଚଳ ପରିଷଦ ୱାର୍ଡ ନମ୍ବର ୩ ଆଖଡ଼ାବନ୍ଦ ଅଙ୍ଗନୱାଡି କେନ୍ଦ୍ରକୁ ଆଜକୁ ପ୍ରାୟ ୪ ବର୍ଷ ପୁରି ଯାଇଥିଲା ମଧ୍ୟ କାର୍ଯ୍ୟକାରୀ ହେବାର ନାଁ ଧରୁନାହିଁ । ସ୍କୁଲ ବାରଣ୍ଡାକୁ ଆଶ୍ରୟ କରି ଛୋଟ ଛୋଟ ପିଲାମାନେ ଖରା, ବର୍ଷାରେ ପାଠପଢା, ଖେଳକୁଦ, ନାଚ ଗୀତ କରୁଥିବା ଦେଖିବାକୁ ମିଳିଛି । ଏନେଇ ଅଙ୍ଗନୱାଡି ଶିକ୍ଷୟତ୍ରୀଙ୍କୁ ପଚାରିବାରୁ ସେ କହିଲେ ଯେ, ଏ ପର୍ଯ୍ୟନ୍ତ ନୂତନ ଗୃହର ଚାବି ହସ୍ତକ୍ଷେପ ହୋଇନାହିଁ ସ୍କୁଲ ବାରଣ୍ଡାରେ ପିଲାମାନଙ୍କୁ ପଢ଼ାଉଛୁ । ଠିକାଦାରଙ୍କୁ ଫୋନ ସହ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନଥିଲା । ୪ ବର୍ଷ ପୁରି ଗଲାଣି ପ୍ରଶାସନ ଏହା ପ୍ରତି ଅଣଦେଖା କରୁଥିବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି ।