ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ସଭା ଗୃହଠାରେ ନୂତନ ପେନ୍ସନ୍ ଯୋଜନା ଅର୍ନ୍ତଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘର ବୈଠକ ବରିଷ୍ଠ ଶିକ୍ଷକ ଦ୍ୱିତୀ ରଂଜନ ମହାଲିଙ୍ଗଙ୍କ ଆହ୍ୱାନ କ୍ରମେ ତଥା ହେମନ୍ତ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ୨୦୦୪ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ମାଧ୍ୟମିକ ସ୍ତରରେ ନିଯୁକ୍ତ ପ୍ରାୟ ଶତାଧିକ ଶିକ୍ଷକ ଉପସ୍ଥିତ ଥିଲେ । ବୈଠକରେ ରାଜ୍ୟ ସରକାର ଘୋଷଣା କରିଥିବା ଠିକା ନିଯୁକ୍ତି ବଦଳରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ବ୍ୟବସ୍ଥାକୁ ସ୍ୱାଗତ କରାଯାଇଥିଲା । ସଭାରେ ସମସ୍ତ ଶିକ୍ଷକ ଏକତ୍ରିତ ହୋଇ ନୂତନ ପେନ୍ସନ୍ ଯୋଜନାକୁ ହଟାଇ ପୁରୁଣା ପେନ୍ସନ୍ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ସଙ୍ଗଠନକୁ ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ । ସଭାରେ ଡୋଲାମଣୀ ସାହୁ, ନରେଶ ଦ୍ୱାରୀ, ସୁଧାଂଶୁ ବାରିକ, ବିନୋଦ ମିଶ୍ର, ଆଶିଷ କୁମାର ନାଏକ, ବୀର କିଶୋର ସୁନା, ଶୁଭେନ୍ଦୁ କୁମାର ନାଥ ପ୍ରମୁଖ ନିଜସ୍ୱ ମତାମତ ରଖିଥିଲେ । ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ ଧନ୍ୟବାଦ ଦେଇଥିଲେ ।
Next Post