jsm

ଯୋଗୀମୁଣ୍ଡାରେ ଧନ୍ୱନ୍ତରୀ ଜୟନ୍ତୀ ଓ ବୈଦ୍ୟ ସମ୍ମିଳନୀ ଅନୁଷ୍ଠିତ

csstore

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ରବିବାର ଦିନ ଯୋଗୀମୁଣ୍ଡା ଆରୋଗ୍ୟ ବିହାରଠାରେ ଦେବ ବୈଦ୍ୟ ଧନ୍ଵନ୍ତରୀ ମହାରାଜଙ୍କ ଜୟନ୍ତୀ ଓ ବୈଦ୍ୟ ସମ୍ମିଳନୀ ମହାସମାରୋହରେ ପାଳିତ ହୋଇଯାଇଛି । ଓଡିଶା ରାଜ୍ୟ ବନୌଷଧୀ ବିଶେଷଜ୍ଞ, କୋସଲ ଗନ୍ଧମାର୍ଦ୍ଦନ ବୈଦ୍ୟ ମହାସଂଘ ଓ ବେଦ ଉଦ୍ୟାନ ଜାମବାହାଲଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ କସ୍ତୁରୀ ସେଠ୍, ସମ୍ମାନିତ ଅତିଥି ଭାବରେ ଡାକ୍ତର ଦୀନବନ୍ଧୁ ମେହେର, ଝାସକେତନ ଗୁରୁ, ଶାନ୍ତନୁ କୁମାର ବୁଧିଆ, କ୍ଷମାନିଧି ଭୋଇ, ଅମିଲ ପୁଟେଲ ପ୍ରମୁଖ ଯୋଗ ଦେଇଥିଲେ ମୁଖ୍ୟବକ୍ତା ଭାବରେ ବୈଦ୍ୟରାଜ ହରିଶ୍ଚନ୍ଦ୍ର ପଣ୍ଡିତ ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବୈଦିକ ଆଚାର୍ଯ୍ୟମାନଙ୍କ ଦ୍ୱାରା ବେଦ ଯଜ୍ଞ ଓ ହବନ କରାଯାଇଥିଲା । ବଲାଙ୍ଗିର ଓ ବରଗଡ ଜିଲ୍ଲାରୁ ଶତାଧିକ ବୈଦ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଗଣ୍ଡାରାମ ବେହେରା ସଭା ପରିଚାଳନା କରିଥିଲେ ଓ ଦେବ ପଧାନ ସହଯୋଗ କରିଥିଲେ । ବୈଦ୍ୟ ଦେବାନନ୍ଦ ସାହୁଙ୍କ ଧନ୍ୟବାଦ ଅର୍ପଣ ପରେ ସଭା ସାଂଗ ହୋଇଥିଲା ।

yuvodaya
Leave A Reply

Your email address will not be published.