jsm

ସହଯୋଗ ଫାଉଣ୍ଡେସନ୍ ଦ୍ୱାରା କପଡା ବ୍ୟାଙ୍କ ପ୍ରତିଷ୍ଠା ଏବଂ ବଣ୍ଟନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତୁ ଆମେ ସମସ୍ତେ ଆସନ୍ତା ପର୍ବ ପର୍ବାଣୀ ଏପରି ଭାବରେ ପାଳନ କରିବା ଯାହା ଅନ୍ୟମାନଙ୍କ ଜୀବନରେ ଉତ୍ସାହର ରଙ୍ଗ ପୂରଣ କରିପାରିବ । ଏହିପରି କିଛି କରିବା ପାଇଁ ସହଯୋଗ ଫାଉଣ୍ଡେସନ୍ ଦୀପାବଳୀ ଅବସରରେ ଅଭାବୀ ଏବଂ ଗରିବ ଲୋକମାନଙ୍କ ମଧ୍ୟରେ ପୋଷାକ ବଣ୍ଟନ କରି ଦୀପାବଳୀକୁ ରଙ୍ଗୀନ କରିଥିଲେ । ସହଯୋଗ ଫାଉଣ୍ଡେସନର କର୍ମକର୍ତ୍ତାମାନେ କପଡା ବ୍ୟାଙ୍କ ଗଠନ କରି ପୋଷାକ ବଣ୍ଟନ କରିଥିଲେ । ଏହି ଅବସରରେ ସଂଗଠନର ସଭାପତି ଅନୀଲ ମୋଦୀ ଏହି କପଡା ବ୍ୟାଙ୍କ ବିଷୟରେ ନିଜ ଅଞ୍ଚଳର ତଥା ଆଖପାଖର ଅଭାବୀ ଲୋକଙ୍କୁ ଜଣାଇବାକୁ ନିବେଦନ କରିଛନ୍ତି ଏବଂ ଏହି ଅଭିଯାନରେ ସମାଜର ବିଭିନ୍ନ ବର୍ଗର ଲୋକ ଯୋଗ ଦେବାକୁ ଅନୁରୋଧ କରିଛନ୍ତି । ଯୁବା ସମାଜସେବୀ ଗଜାନନ ଅଗ୍ରୱାଲଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟୁନା ମିଶ୍ର, ଋକମା ଅଗ୍ରୱାଲ, ନୟନ ତାରା ଅଗ୍ରୱାଲ, ସନ୍ତୋଷ ଲାଲ, ପ୍ରଦୀପ ଲାଲ, ପୀୟୁଷ ଅଗ୍ରୱାଲ, ପରେଶ ଅଗ୍ରୱାଲ, ରାମ ଅବତାର ଅଗ୍ରୱାଲ, ସୁଶାନ୍ତ ପାତ୍ର ଏବଂ ଶ୍ରୀକାନ୍ତ ଶର୍ମାଙ୍କ ସମେତ ବହୁତ ସଦସ୍ୟ ଉପସ୍ଥିତ ଥିଲେ । ସହଯୋଗ ଫାଉଣ୍ଡେସନର ସମ୍ପାଦିକା ପିଙ୍କି ମୋଦୀ କହିଛନ୍ତି ଯେ, ଆଗାମୀ ଦିନରେ ଥଣ୍ଡାକୁ ଦୃଷ୍ଟିରେ ରଖି ଗରିବ ବସ୍ତିରେ କମ୍ବଳ, ଗରମ କପଡା ବଣ୍ଟନ ଏବଂ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବା ବିଷୟରେ ସୂଚନା
ଦେଇଛନ୍ତି ।

yuvodaya
Leave A Reply

Your email address will not be published.