ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସମ୍ମିଳନୀ ଆସନ୍ତା ୨୩ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ‘ମୋ କଲେଜ’ ଏବଂ ପୁରାତନ ଛାତ୍ର ପରିଷଦର ଏକ ମିଳିତ ସମ୍ମିଳନୀ ଆସନ୍ତା ୨୩ ତାରିଖ ପୂର୍ବାହ୍ନ ୯ଟା ୩୦ମିନିଟ୍‌ରେ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ । ୧୯୬୧ ମସିହାରୁ ସ୍ଥାପିତ ଏହି ମହାବିଦ୍ୟାଳୟ ତଥା ଏକଦା ସେକ୍ଟର ୪ ବିଜ୍ଞାନ ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନେ ଏଥିରେ ଯୋଗଦାନ ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ବିଜୟ କୁମାର ବେହେରା ଓ କାର୍ଯ୍ୟନିର୍ବାହୀ ସମିତିର ସଭାପତି ପ୍ରଫେସର ଡଃ ସମର ମୁଦାଲି ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

error: Content is protected !!