jayashree

ଫଟାମୁଣ୍ଡା ଆମ୍ବେଦକର ଯୁବକ ସଂଘ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଆମ୍ବେଦକର ଯୁବକ ସଂଘର ଆନୁକୂଲ୍ୟରେ ଗତକାଲି ୧୦ମ ନୂଆଁଖାଇ ଭେଟ୍‌ଘାଟ୍‌ ୨୦୨୨ ଉତ୍ସବ ମହାସମାରୋହରେ ଆୟୋଜିତ ହୋଇଯାଇଛି । ପ୍ରାରମ୍ଭରୁ ଅତିଥିମାନଙ୍କୁ ଗାଁ ମୁଣ୍ଡରୁ ସ୍ୱାଗତ କରି ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯାଇଥିଲା । ସନ୍ଧ୍ୟାରେ ନାଟ୍ୟକାର କେଶରଂଜନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡ. ଶଙ୍କର ରାମଚନ୍ଦାନି ମୁଖ୍ୟ ଅତିଥି, ସମ୍ବାଦିକ ବିରେନ୍ଦ୍ର ପ୍ରଧାନ, ପ୍ରଶାସିକା ସୋହେଲା ସିଡିପିଓ ଶ୍ରୀମତୀ ରାଜେଶ୍ୱରୀ ସାହୁ, କବି ମୁନିଲାଲ କୁମ୍ଭାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆମ୍ବେଦକରଙ୍କ ତୈଳଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସଂଘର ସଭାପତି ଗୋପବନ୍ଧୁ ଶିକା ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଞ୍ଜନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସଂଯୋଜନାରେ ଅତିଥିମାନଙ୍କୁ ମଂଚରେ ସମର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭିକ ସଙ୍ଗୀତ ରେଣୁରଂଜନ ପରିବେଷଣ କରିଥିଲେ । ନୂଆଁଖାଇ କେବଳ ଖୁସି ଆନନ୍ଦର ଉତ୍ସବ ନୁହଁ ବରଂ ମାନବୀୟ ଚେତନାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ବୋଲି ମଞ୍ଚାସୀନ ଅତିଥିମାନେ ଭାଷଣ ପ୍ରସଙ୍ଗରେ ମତବ୍ୟକ୍ତ କରିଥିଲେ । ପୂର୍ବରୁ ସ୍ୱୟଂ ସହାୟୀକା ଫଟାମୁଣ୍ଡା ଦଳ ଓ ପ୍ରାଥମିକ ସରକାରୀ ସ୍କୁଲ ଫଟାମୁଣ୍ଡା ଛାତ୍ର ଓ ଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥି ସହିତ ସୁରେନ୍ଦ୍ର କୁମାର ସାହୁ, ଡ଼ଲଫିନ ସୁନା, ଖିଟେଶ୍ୱର ବାରିକ, ସୁନୀଲ ବେହେରା, ମୁଗ୍ଧା ଦାସ, ଉଷାକିରଣ କ୍ଷେତ୍ରପାଳ, ହର୍ଷିତା ସୁନା ଓ ବରଗଡ଼ର ଦୁଇଟି ସଂଘ ବରଗଡ଼ ସାମ୍ବାଦିକ ସଂଘ, ଅର୍ଣ୍ଣପୂର୍ଣ୍ଣା ସେବା ସଂଘଙ୍କୁ ବିଭିନ୍ନ କ୍ଷେତ୍ରରେ ସସେମାଙ୍କର ଉତ୍କର୍ଷତା ପାଇଁ ସ୍ୱତନ୍ତ୍ର ଭାବେ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଏହା ପରେ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଦୁଇଟି ନୃତ୍ୟ ଦଳ ଓ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଗୋଟିଏ ଦଳ ଆସି ଅତି ସୁନ୍ଦର ଭାବରେ ଲୋକନୃତ୍ୟ ପରିବେଶ କରି ଦର୍ଶକମାନଙ୍କୁ ଆକର୍ଷିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଛତିଶଗଡ଼ର କଣ୍ଠଶିଳ୍ପୀ, ପଶ୍ଚିମ ଓଡ଼ିଶାର କଣ୍ଠଶିଳ୍ପୀ ରେଣୁରଂଜନ ବାଗ, ମହେନ୍ଦ୍ର ତାଣ୍ଡି, ଗଜାନନ ନାଗ, ଅଶୋକ କୁମ୍ଭାର, ଗୀତ ପରିବେଷଣ କରିଥିବା ବେଳେ ବାଦ୍ୟ ଯନ୍ତ୍ରରେ ସୁରେନ୍ଦ୍ର ପାତ୍ର, ଅନିଷ ନିଶାନ ବାଲା, ଦୋଳଲାମଣୀ ସାହୁ, ଲାଲୁ ନାୟକ ବାଦ୍ୟ ପରିବେଷଣ କରିଥିଲେ । ବିଳମ୍ବିତ ରାତ୍ରି ଯାଏ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇ ହଜାର ହଜାର ଦର୍ଶକଙ୍କୁ ମନମୋହି ନେଇ ଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ରମେଶ ଗୁର୍ଲା, ଶଶୀ, ରମେଶ, ରଜନୀ, ସନ୍ତୋଷ, ତ୍ରିଲୋଚନ, ଭୀମ, ବୁଲୁ, ସଂଜୟ, ବେଣୁ, ବଣ୍ଟି, ଯୋଗାନ, ରଙ୍ଗାଧର, ଚିତରଂଜନ, ନାରାୟଣ, ରଂଜନ, ସୁରଜ, ନିରୋଜ, ଭକ୍ତ, ରାହୁଲ, ଚନ୍ଦନ, ମୁକେଶ, ଚୈତନ୍ୟ, ଉମେଶ, ହିମାଞ୍ଚଳ ସହଯୋଗ କରିଥିବା ବେଳେ ଶେଷରେ ବିଶ୍ୱାମିତ୍ର କୁମ୍ଭାର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.