ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଜିଏସ୍‌ର ଉଦ୍‌ଘାଟନ

ଭୁବନେଶ୍ୱର : ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଓଡିଏମ୍‌ ଗ୍ରୁପ୍‌ର ନବନିର୍ମିତ ଓଡିଏମ୍‌ ଗ୍ଲୋବାଲ ସ୍କୁଲ (ଓଜିଏସ୍‌)ର ଆନୁଷ୍ଠାନିକ ଉଦ୍‌ଘାଟନ ହୋଇଯାଇଛି । ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଓଡିଏମ୍‌ ଗ୍ଲୋବାଲ ସ୍କୁଲ’ର ଉଦ୍‌ଘାଟନ କରିଥିଲେ । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଷ୍ଟେଟ୍‌-ଅଫ୍‌-ଦି-ଆଟର୍‌ସ କମ୍ପ୍ଲେକ୍ସ ବିଦ୍ୟାଳୟ ପରିସରରେ ଉଦ୍‌ଘାଟନ କରିବା ସହ ରୋହିତ୍‌ ଶର୍ମାଙ୍କ କ୍ରିକେଟ୍‌ ଏକାଡେମୀ ଏବଂ ଶଙ୍କର ମହାଦେବନଙ୍କ ମ୍ୟୁଜିକ୍‌ ଏକାଡେମୀର ମଧ୍ୟ ଉଦ୍‌ଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବନିର୍ମିତ ଓଜିଏସ୍‌ର ଶିକ୍ଷା କ୍ଷେତ୍ରରେ ରହିଥିବା ସୁନାମ ସହ ତା’ର ଉତ୍ତରୋତ୍ତର ଉନ୍ନତି କାମନା ସହ ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହ ଶିକ୍ଷାକ୍ଷେତ୍ରରେ କିଭଳି ସଫଳତାର ଶୀର୍ଷରେ ପହଞ୍ଚିପାରିଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ । ପରିଶେଷରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ମୁଖ୍ୟମନ୍ତ୍ରୀ ଡ. ମୀନକେତନଙ୍କ ସମେତ ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ସମସ୍ତ କର୍ମକର୍ତ୍ତାଙ୍କୁ ପ୍ରଶଂସା କରିଥିଲେ । ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ ଅଧ୍ୟକ୍ଷତା ଅଭିଭାଷଣ ଦେଇ କହିଥିଲେ, ମୁଖ୍ୟମନ୍ତ୍ରୀ ନିଜର ବହୁମୂଲ୍ୟ ସମୟ ଦେଇଥିବାରୁ ଆମେ କୃତଜ୍ଞତା ଜ୍ଞାପନ କରିବା ସହ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଓଡିଏମ୍‌ ଗ୍ଲୋବାଲ ସ୍କୁଲ କିପରି ସୁଦୂରପ୍ରସାରୀ ତଥା ଜନପ୍ରିୟ ହୋଇପାରିବ ବୋଲି ସେ ବିଷୟରେ ମଧ୍ୟ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଅର୍ଥ ଓ ପ୍ରଶାସନ ନିର୍ଦ୍ଦେଶିକା ତଥା ପ୍ରବନ୍ଧିକା ଇନ୍ଦୁମତୀ ରାୟ ଏବଂ ସିଓଓ ସ୍ୱୟନ୍‌ ସତ୍ୟେନ୍ଦୁ ଓ ଓଡିଏମ୍‌ ଗ୍ଲୋବାଲ ସ୍କୁଲର ଅଧ୍ୟକ୍ଷା ଶଳେନ୍ଦ୍ର କୁମାରୀଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମଧ୍ୟ ଉପସ୍ଥିତ ଥିଲେ । ଏକ ଭବ୍ୟ ସମାରୋହ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ସ୍କୁଲର ଶୁଭାରମ୍ଭ ସାଙ୍ଗକୁ ଲୋକାର୍ପିତ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି ।

jittmm
Leave A Reply

Your email address will not be published.