jsm

ଜାତୀୟସ୍ତରୀୟ କରାଟେ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଦଳର ଚେନ୍ନାଇ ଗସ୍ତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୧୬ ତାରିଖରେ ଚେନ୍ନାଇ ସ୍ଥିତ ଆସିଏଫ୍ ପାଲାନିସାମି ଇନ୍‌ଡୋର ଷ୍ଟାଡିୟମରେ ୧୯ତମ ସର୍ବ ଭାରତୀୟ ମୱାତେକା ସିଟୋରିଓ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ସ୍ଥାନୀୟ ରେଲୱେ ଷ୍ଟେସନ୍‌ ଛକ ସ୍ଥିତ କରାଟେ ଏକାଡେମୀର ୧୦ ଜଣ ଛାତ୍ରଛାତ୍ରୀ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ଏଥିରେ ବାଳିକା ବିଭାଗରେ ଅଙ୍କିତା ଦାଶ, ସମୀକ୍ଷା ସମୃଦ୍ଧି ଷଡଙ୍ଗୀ, ହେମାଲିନି ହୋତା, ସୋହାନି ପଣ୍ଡା, ପ୍ରାଚୀ ବେହେରା ଭାଗ ନେଉଥିବା ବେଳେ ବାଳକ ବିଭାଗରେ ମିଥିଲେଶ କୁମାର ବେହେରା, ଆରବ ଭଞ୍ଜ, ଅନ୍ୱେଷ କୁମାର ସାହୁ, ସେକ୍ ମହମ୍ମଦ ଅସିଫ ରାଜା ଓ ଭେଙ୍କଟ ରମନ କଟୁଆଲ ଭାଗ ନେବେ ବୋଲି କରାଟେ ଏକାଡେମୀର ପ୍ରତିଷ୍ଠାତା ତଥା କୋଚ୍‌ ଅସୀମ କୁମାର ଭୋଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜି ଏମାନେ ଶ୍ରୀ ଭୋଇଙ୍କ ନେତୃତ୍ୱରେ ଚେନ୍ନେଇ ଅଭିମୁଖେ ଯାତ୍ରା କରିଛନ୍ତି ।

yuvodaya
Leave A Reply

Your email address will not be published.