csstore

ଓଡ଼ିଶା ମନ୍ଦିର ସେବାୟତ ସଂଘ ତରଫରୁ ଭୁବନେଶ୍ଵରରେ ପୁଣି ବାଜିଲା ଘଣ୍ଟ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଆଜି ଓଡ଼ିଶା ମନ୍ଦିର ସେବାୟତ ସଂଘ ତରଫରୁ ଭୁବନେଶ୍ଵର ରାମମନ୍ଦିର ଠାରେ ଆୟୋଜିତ ହୋଇଯାଇଛି ପ୍ରତିବାଦ ସଭା । ୫ ଦଫା ଦାବୀ ନେଇ ଆୟୋଜନ ଏହି ସଭାରେ ରାମ ମନ୍ଦିର ସେବାୟତ, ଯାଜପୁର ବିରଜା ମନ୍ଦିର ସେବାୟତ, ସାକ୍ଷୀଗୋପାଳ ମନ୍ଦିର ସେବାୟତ, ଦାଣ୍ଡ ମୁକୁନ୍ଦପୁର ମନ୍ଦିର ସେବାୟତ, ବାରିପଦା ଜଗନ୍ନାଥ ମନ୍ଦିରର ସେବାୟତ, ବ୍ରହ୍ମଗିରି ଆଲାର୍ ନାଥ ମନ୍ଦିର ସେବାୟତ, କୋଳାଥିଆ ଜଗନ୍ନାଥ ମନ୍ଦିର, ଆଇଗିଣିଆ ହନୁମାନ ମନ୍ଦିର, କକଟପୁରପୁରପୁରପୁର ମଙ୍ଗଳା ମନ୍ଦିର, ସୀରୁଲି ମହାବୀର ମନ୍ଦିର, ଧବଳେଶ୍‌ଶ୍ୱର ମନ୍ଦିର ସେବାୟତ, ଝଙ୍କଟ ସାରଳା ମନ୍ଦିର ସେବାୟତଙ୍କ ସହିତ ଓଡ଼ିଶାର ଅନ୍ୟାନ୍ୟ ପ୍ରତିଷ୍ଠିତ ମନ୍ଦିର ସେବାୟତମାନେ ଯୋଗଦାନ କରି ରାମ ମନ୍ଦିର ସମ୍ମୁଖରେ ଘଣ୍ଟ ବାଦନ କରି, ବେଦ ପାଠ କରି ଶଙ୍ଖ ନାଦ କରି ପ୍ରତିବାଦ କରିଥିଲେ । ସେବାୟତଙ୍କ ମୁଖ୍ୟ ଦାବୀ ଥିଲା-୧- ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯାଉ, ୨- ସେବାୟତଙ୍କୁ ସହାୟତା ପ୍ରଦାନ, କରାଯାଉ, ୩- ସେବାୟତଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଉ, ୪-ସେବାୟତଙ୍କୁ ଭତା ବ୍ୟବସ୍ଥା କରାଯାଉ ଓ ୫- ସେବାୟତ ମାନଙ୍କୁ ବୀମା ଭୁକ୍ତ କରାଯାଉ ।

ଏହି ଦାବୀ ନେଇ ଆଜି ଦିନଯାକ ଆନ୍ଦୋଳନ କରିବାକୁ ଓହ୍ଲାଇଥିବା ବେଳେ ଭୁବନେଶ୍ୱର ପୋଲିସ ପ୍ରଶାସନ ତରଫରୁ ଆନ୍ଦୋଳନକୁ ସ୍ଥଗିତ କରିବାକୁ ବାରମ୍ବାର ବାରମ୍ବାର କହିବା ସହିତ ଆମ ସଂଘ ସହ ବିଭିନ୍ନ ଅସୁବିଧା ବିଷୟରେ ବୁଝି ଖୁବ୍ ଶୀଘ୍ର ସଂଘର ପ୍ରଶାସନ ସହିତ ଆଲୋଚନା କରାଇ ଦେବାପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ଆଜି ପାଇଁ ସ୍ଥଗିତ କରାଯାଇଛି ।

jayashree
Leave A Reply

Your email address will not be published.