jayashree

ବେଲପଡାରେ ଦେଶାନ୍ତର ଶ୍ରମିକ ସମସ୍ୟା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ, (ଗୋରେଖନାଥ ବରିହା) : ସ୍ଥାନୀୟ ଥାନା ପରିସରରେ ମହିଳା ଏବଂ ଶିଶୁ ବିକାଶ ବିଭାଗ, ୟୁନିସେଫ, ବଲାଙ୍ଗିର ପୋଲିସ ଏବଂ ଏଡ଼ଏଟଏକ୍ସସନ ଇଣ୍ଡିଆର ମିଳିତ ଉଦ୍ୟମରେ ଦେଶାନ୍ତର ଶ୍ରମିକ ସମସ୍ୟାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏଡ଼ଏଟଏକ୍ସସନର ନିର୍ଦ୍ଦେଶକ ଡକ୍ଟର ଉମି ଡାନିଏଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ପାଟଣାଗଡ଼ ଏସଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା, ବେଲପଡା ଏବିଡିଓ, ବେଲପଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ବଲାଙ୍ଗିର ସାଇବର ସେଲ ଇନ୍ସପେକ୍ଟର ଭାରତୀ ନାଏକ, ବେଲପଡା ଥାନା ଅଧିକାରୀ ବୁଲୁ ମୁଣ୍ଡା, ସିଡିପିଓ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସନ୍ଧ୍ୟାରାଣୀ ପତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏଡ଼ଏଟଏକ୍ସସନ ତରଫରୁ ବେଆଇନ ଶ୍ରମିକ ଚାଲାଣ, ଶିଶୁ ଶ୍ରମିକ ଚାଲାଣ ଉପରେ ନିଆ ଯାଉଥିବା ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଚଳିତ ବର୍ଷ ବେଆଇନ ଶ୍ରମିକ ଚାଲାଣକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ରେଳ ଷ୍ଟେସନରେ ମଧ୍ୟ ବଲାଙ୍ଗିର ପୋଲିସର କଡା ନଜର ରଖାଯାଇଛି ବୋଲି କହିବା ସହ ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ସମସ୍ତେ ସହଯୋଗ କରିବାକୁ ଆରକ୍ଷୀ ଅଧିକ୍ଷକ ନିବେଦନ କରିଥିଲେ । ଏହି ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷ ଶ୍ରମିକ ଚାଲାଣ ଏବଂ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଧୂମାଭଟା ସରପଞ୍ଚ ବନମାଳୀ ନାଏକ, ସରମୁହାଣ ସରପଞ୍ଚ ଗୋକୁଳା, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ୱାଡର଼୍ ମେମ୍ବର ଏବଂ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.