ବିଷାକ୍ତ ଖାଦ୍ୟ ଖାଇ ୩ ମୃତ, ୧୧ ଗୁରୁତର

ତିରୁପୁର : ତାମିଲନାଡୁର ତିରୁପୁର ଅଞ୍ଚଳରେ ବିଷାକ୍ତ ଖାଦ୍ୟ ଖାଇ ୩ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୧୧ଜଣ ଅସୁସ୍ଥ ହୋଇ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବୁଧବାର ରାତିରେ ପିଲାମାନେ ଭାତ ସହ ରସମ ଏବଂ ଲଡ଼ୁ ଖାଇଥିଲେ । ପରେ ଝାଡ଼ାବାନ୍ତି ହୋଇଥିଲେ । ଗୁରୁବାର ସକାଳେ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ସେମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପରେ ତିରୁପୁର ଓ ଅବିନାଶୀସ୍ଥିତ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ୮ରୁ ୧୩ ବର୍ଷ ବୟସର ୩ଜଣ ବାଳକଙ୍କ ହସ୍ପିଟାଲରେ ମୃତ୍ୟୁ ଘଟିଛି । ଗୁରୁତର ଥିବା ଅନ୍ୟ ୩ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଖାଦ୍ୟ ନମୁନା ପରୀକ୍ଷା ପାଇଁ ପଠାଯିବା ସହ ଘଟଣାର ତଦନ୍ତ ଚାଳିଥିବା ତିରୁପୁର ଜିଲ୍ଲାପାଳ ଏସ୍‌. ବିନୀତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.