csstore

ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଆନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଉତ୍ସବରେ ନବନିଯୁକ୍ତ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ, ବରିଷ୍ଠ ଶିକ୍ଷକ ଗୋବର୍ଦ୍ଧନ ବରାଳ, ବିଦ୍ୟାଳୟ ପରିଚାଳନା କମିଟିର ଅଧକ୍ଷ ବୀରେନ୍ଦ୍ର ରଣଜିତ ଓ ଉପାଧ୍ୟକ୍ଷ ଗୀତାରାଣୀ ରଣଜିତ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହିନ୍ଦୀ ଶିକ୍ଷକ ସୁରେନ୍ଦ୍ରନାଥ ସେଠି, ଶିକ୍ଷକ ଚିତ୍ତରଞ୍ଜନ ରାଉତରାୟ, ଶାରୀରିକ ଶିକ୍ଷକ ସହଦେବ ମଲ୍ଲିକ, ରାଜେଶ କୁମାର ପ୍ରଧାନ, ଶିକ୍ଷୟତ୍ରୀ ସୁରଭି ପ୍ରଧାନ, କୁନ୍ତଳା ବିଶ୍ୱାଳ, ଶ୍ରଦ୍ଧାଞ୍ଜଳି ଜେନା, ମମତା ବେହେରା, ପ୍ରିୟଦର୍ଶିନୀ ମଲ୍ଲିକ, ହେଡ କ୍ଲର୍କ ସୁରେଶ କୁମାର ରାଉଳ, ନୀଲାମ୍ବର ନାୟକ ପ୍ରମୁଖଙ୍କ ସମେତ ପରିଚାଳନା କମିଟିର ସଦସ୍ୟ/ସଦସ୍ୟା ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଖୁବ ଉତ୍ସାହ ଓ ଆନନ୍ଦ ଦେଖା ଦେଇଥିଲା । ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.