ରାଜ୍ୟସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚାମ୍ପିୟନସିପ୍ : ଦାରିଙ୍ଗବାଡ଼ିର ୧୨ ଜଣ ଛାତ୍ରଛାତ୍ରୀଙ୍କ ପଦକ ହାସଲ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କ୍ୱାନକିଡୋ ମାର୍ଶାଲ ଆର୍ଟ ଆସୋସିଏସନ୍‌ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚାମ୍ପିୟନସିପ୍‌ ପ୍ରତିଯୋଗିତାରେ ଭାଗ ନେଇ ୧୨ଟି ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି । କନ୍ଧମାଳ ଜିଲ୍ଲା ମୁଖ୍ୟ କୋଚ୍‌ ଭେନୁସ କୁମାର ନାୟକ ଏବଂ ପ୍ରକାଶ ଦିଗଲଙ୍କ ତତ୍ୱାବଧାନରେ ରାଉରକେଲାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ରାଜ୍ୟ କ୍ୱାନକିଡୋ ମୁଖ୍ୟ ସଚ୍ଚିଦାନନ୍ଦ ବିଶ୍ୱାଳ, ବିଶ୍ୱଜିତ ବାରିକଙ୍କ ନେତୃତ୍ୱରେ ରାଉରକେଲା ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଆୟୋଜିତ ହୋଇଥିଲା । ଏହାକୁ ରାଉରକେଲା ଏଡିଏମ ଶୁଭଙ୍କର ମହାପାତ୍ର, କ୍ୱାନକିଡୋର ସଭାପତି ସତ୍ୟବ୍ରତ ଓଝା, ଇଂରାଜୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରବୀଣ ଶର୍ମା ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏଥିରେ ନବୀନ ମଲ୍ଲିକ, କାହ୍ନା ଗୌଡ଼, ଆଦିତ୍ୟ ପ୍ରସାଦ କହଁର ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ସଚ୍ଚିଦାନନ୍ଦ ନାୟକ, ପ୍ରାଂଚିଶ ପ୍ରଧାନ, ଦୁର୍ଯ୍ୟୋଧନ କହଁର ଓ ଆଦିତ୍ୟ ପ୍ରସାଦ ଚାରି ଜଣ ରୌପ୍ୟ ପଦକ ହାସଲ କରିଥିଲେ । ସେହିପରି ତାମ୍ର ପଦକ ଶଙ୍କର ମହାକୁଡ଼, ଲୋରୀ ପ୍ରଧାନ, ଲିଙ୍କୁ ଦିଗାଲ, ଆନ୍ଦ୍ରିୟ ଦିଗାଲ ଓ ଅଂଶୁମାନ କହଁର ହାସଲ କରି କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି ।

Leave A Reply

Your email address will not be published.

3 × 4 =

error: Content is protected !!