jsm

ମହାନବମୀରେ କୁମାରୀ ପୂଜା

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହର ଦୁର୍ଗା ପୂଜା ପାଇଁ ଉତ୍ସବମୁଖର ହୋଇ ଉଠିଥିବା ବେଳେ ଆଜି ମୃଣୟୀ ମୂର୍ତ୍ତିଙ୍କ ନିକଟରେ ମହାନବମୀ ପୂଜା ଧୂମଧାମରେ ପାଳନ କରାଯାଉଛି । ଏହି ଅବସରରେ କୋଏଲନଗର ସ୍ଥିତ ଡି ବ୍ଲକ ପୂଜା ମଣ୍ଡପଠାରେ କୁମାରୀ ପୂଜାର ଆୟୋଜନ କରାଯାଇଥିଲା । ପୂଜା କମିଟିର ସହସଂପାଦିକା ସ୍ୱର୍ଣ୍ଣଲତା ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂଜକ ପଣ୍ଡିତ ବିଭୁତି ଭୂଷଣ ରଥଶର୍ମା ଓ କର୍ତ୍ତା ଭାବେ ପ୍ରତାପ ବେଉରିଆ ଏବଂ ଇନ୍ଦ୍ରଜିତ ପଟ୍ଟନାୟକ ଯୋଗ ଦେଇ କୁମାରୀ ପୂଜନ କରିଥିଲେ । ଏହି ଅବସରରେ ୯ ଜଣ କୁମାରୀଙ୍କୁ ପୂଜା କରାଯାଇ ସେମାନଙ୍କୁ ଉପହାର ପ୍ରଦାନ କରାଯାଇ ସେମାନଙ୍କଠାରୁ ଆଶୀର୍ବାଦ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂଜା କମିଟିର ସଭାପତି ଶ୍ରୀକାନ୍ତ କୁମାର ପାଣି, କାର୍ଯ୍ୟକାରୀ ସଭାପତି ଗୌରୀଶଙ୍କର ମିଶ୍ର, ସଂପାଦକ ଦିଲ୍ଲୀପ ମହାନ୍ତି, ଆଦିତ୍ୟ ମହାନ୍ତି, ଆଲୋକ ଦାସ, ସସ୍ମିତା ପ୍ରଧାନ, ଧରିତ୍ରୀ ଦାସ, ରେଖା ପଟ୍ଟନାୟକ, ମନୋଜ ମଲ୍ଲିକ, ଭାରତୀ ବେହେରା, ସ୍ନେହଲତା ସାହୁ, ଭାରତୀ ରାଉତ, ଚନ୍ଦ୍ରା ରାଓ, ବିନ୍ଦୁ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.