oom

ଖପ୍ରାଖୋଲରେ କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ବୈଠକ

jsmm

ପାଟଣାଗଡ, (ଗୋରେଖନାଥ ବରିହା) : ସ୍ଥାନୀୟ ଖପ୍ରାଖୋଲ ବ୍ଲକ କୃଷକ ଉତ୍ପାଦକ କମ୍ପାନୀ କାର୍ଯ୍ୟାଳୟ ପରିସରରେ କମ୍ପାନୀର ବାର୍ଷିକ ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସିଇଓ ଗଣେଶ ବାନଛୋର୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ବ୍ଲକ କୃଷି ଅଧିକାରୀ ଡ଼ମୁରୁଧର ମେହେର, ସମ୍ମାନିତ ଅତିଥି ରୂପେ ସହକାରୀ କୃଷି ଅଧିକାରୀ ସୁଜିତ କୁମାର ଭୋଇ, ୱାସନ ଅନୁଷ୍ଠାନ ଜିଲ୍ଲା ସଂଯୋଜକ ଯଶୋବନ୍ତ ନାଏକ, ଦେବସ୍ମିତ ପରିଡ଼ା, ୱାଇସିଡିଏ ଅନୁଷ୍ଠାନର ବ୍ଲକ ସଂଯୋଜକ ହେମବତୀ ନନ୍ଦନ ବେହେରା, ଉମେସ ଗୁପ୍ତା ସଭାରେ ଉପସ୍ଥିତ ରହି କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ ଚାଷୀ ତାର ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପାଇପାରିବ ବୋଲି କହିଥିଲେ । ଏହି ଅବସରରେ ବିଗତ ବର୍ଷର ଆୟ ବ୍ୟୟ ଏବଂ ଆଗାମୀ ବର୍ଷର ଲକ୍ଷ୍ୟ ଉପରେ ବିଶେଷ ଆଲୋଚନା ହୋଇଥିଲା । ସଭାରେ ଚାଷୀ କର୍ମକର୍ତ୍ତା, ନିର୍ଦ୍ଦେଶକ ମଣ୍ଡଳୀ ଉପସ୍ଥିତ ଥିଲେ । ଶେଷରେ କୃଷକ ପ୍ରଡ୍ୟୁସର କମ୍ପାନୀ ସମ୍ପାଦକ ପ୍ରଶାନ୍ତ ବୁଡ଼େକ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.