lika

ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ : ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ଘରୋଇ ସ୍କୁଲ ଜେନିଥ ଲାୟନ୍ସ ଗୁରୁକୂଳର ଏକ ବସ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଜୀବନ ବିପଦ ମୁଖରେ ପଡିଛି ବୋଲି ମତ ପ୍ରକାଶ ପାଉଛି । ସୂଚନା ଅନୁସାରେ ସବୁଦିନ ଭଳି ଆଜି ସ୍କୁଲ ଛୁଟି ହେବା ପରେ ପିଲାମାନଙ୍କୁ ନେଇ ଜେନିଥ ଲାୟନ୍ସ ଗୁରୁକୂଳର ବସ ଫେରୁଥିବା ସମୟରେ ଝାଙ୍କରପାଲି ନିକଟରେ ଦୁର୍ଘଟଣା ହେବା ଫଳରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ଏବଂ ବର୍ତମାନ ସେମାନେ ପଦ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ ଅନୁସାରେ ଡ୍ରାଇଭର ଜଣକ ନିଶାସକ୍ତ ହୋଇ ଗାଡି ଚାଲାଇଥାନ୍ତି, ଏ ବିଷୟରେ ସ୍କୁଲରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନ ଥିଲେ । ଏନେଇ ପଦ୍ମପୁର ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି ।

sandip
Leave A Reply

Your email address will not be published.