oom

ସଇଁତଲାରେ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା ଆରମ୍ଭ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ୨୪ତମ ସଇଁତଲା ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି । ଏହି କଳସ ଯାତ୍ରା ପାଇଁ ସହରର ମହିଳା ଓ ପୁରୁଷମାନେ ମଣ୍ଡପ ପରିସରରେ ଏକତ୍ରିତ ହୋଇ ଘଣ୍ଟବାଜା ଓ ସଂକୀର୍ତ୍ତନ ମାଧ୍ୟରେ ୧୦୧ ଗୋଟି କଳସ ଧରି ନୂଆଁବନ୍ଦ ପୋଖରୀକୁ ପାଣି ଆଣିବା ପାଇଁ ପହଂଚି ଥିଲେ । ସେଠାରୁ ପାଣି ଆଣି ମଣ୍ଡପ ପରିସରରେ ସ୍ଥାପନ କରିଥିଲେ । ଏଥିରେ ମୁଖ୍ୟ ପଣ୍ଡିତ ରାଧାକାନ୍ତ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ କର୍ତ୍ତା ଭାବରେ ଗଜାନନ୍ଦ ଅଗ୍ରୱାଲ ତାଙ୍କ ଧର୍ମପତ୍ନୀ ମୀନାଦେବୀ ଅଗ୍ରୱାଲ ପୂଜା ଦାୟିତ୍ୱ ତୁଲାଇଥିଲେ । ଏଥିରେ ପଣ୍ଡିତ ବିକ୍ରମ ମିଶ୍ର, ନବଘନ ଷଡ଼ଙ୍ଗୀ, କିରଣ ମିଶ୍ର, ସାଧୁଚରଣ ଦାସ, ମାନସ ମିଶ୍ର ଓ ସୁରେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି ପୂଜା କାର୍ଯ୍ୟ ତୁଲାଇଥିଲେ । ଏହି ସମୟରେ ପୂର୍ବତନ ମନ୍ତ୍ରୀ ତଥା କମିଟିର ସଭାପତି ସୁରେନ୍ଦ୍ର ସିଂ ଭୋଇ, ତାଙ୍କ ଧର୍ମପତ୍ନୀ ତଥା ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ଡେଙ୍ଗ ସମିତି ସଭ୍ୟ ସିମରନ ସିଂ ଭୋଇ, ଶୋଭେନ ସିଂ ଭୋଇ, କମିଟି ସମ୍ପାଦକ ସୁବୋଧ ମିଶ୍ର, ସୁବାଷ ରଥ, ସୁର୍ଯ୍ୟ ଶତପଥି, ସଂଜୀବ ପାଣିଗ୍ରାହୀ, ଲକ୍ଷଣ ବୈଠାରୁ, କାର୍ତ୍ତିକ ଦଣ୍ଡସେନା, ବିରମନୀ ରଣା, ଶରତ ବେହେରା, ନାରାୟଣ ନାଗ, ଶେଷଦେବ ଯାନୀ, ଝସକେତନ ମନହିରା, ଚନ୍ଦ୍ର ଚନ୍ଦନ, ରାଜା ବୈଠାରୁ, ଲଲାଟ ପୃଷେଠ, ରଥି ସାହୁ, ଭୀଷ୍ମ ସାହୁ, ସରୋଜ ବୈଠାରୁ, ଅମିତ ଅଗ୍ରୱାଲ, ସନ୍ତୋଷ ସାହୁ, ମନୋଜ ପୃଷେଠ, ପ୍ରେମରାଜ ପଣ୍ଡା, ନିମାଇ ସ୍ୱାଇଁ, ବିନୋଦ ଅଗ୍ରୱାଲଙ୍କ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.