pakka

ବେଲଗାଁରେ ବିଜୁ ଜନତା ଦଳର କର୍ମୀ ସମାବେଶ

bbehera
  • ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ରଣନୀତି ପାଇଁ ପ୍ରସ୍ତୁତି

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବେଲଗାଁ ଡାକ ବଙ୍ଗଳା ଠାରେ ବିଜୁ ଜନତା ଦଳ ତରଫରୁ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ବିଜେଡି ସଭାପତି ଟୁନୁ ରାଜପଲିଆଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଯାଇଛି । ସଭା ଆରମ୍ଭ ପୂର୍ବରୁ ସ୍ୱର୍ଗତ ବିଜୁ ବାବୁଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଜୁରାବନ୍ଦ ପଞ୍ଚାୟତର ବିଜେଡ଼ି ନେତା ଦୈତାରୀ ପ୍ରଧାନଙ୍କ ଅକାଳ ବିୟୋଗରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ଓଡିଶା ସରକାରଙ୍କ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସାଙ୍ଗକୁ କୃଷକମାନେ କିପରି ଚାଷ କାର୍ଯ୍ୟରେ ସଫଳ ହେବେ ତାହା ପାଇଁ ମେଗା ପ୍ରକଳ୍ପ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ପ୍ରକାଶ କରିଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ହିମାଂଚଳ ବୁଡ଼େକ, ରୀତାରାଣୀ ହାତୀ, ପୂର୍ବତନ ସଇଁତଲା ବ୍ଲକ ସଭାପତି ଦିଲୀପ ରାଜପଲିଆ, ସଇଁତଲା ଯୁବ ସରପଞ୍ଚ ସୁବ୍ରତ ନାଗ ଯାଦବ, ମନ୍ତ୍ରୀ ନୋମିନି ଚନ୍ଦ୍ରବଦନ ପୁରୋହିତ, ରାଜକିଶୋର ଡାଙ୍ଗ, ବ୍ଲକ ମହିଳା ସଭାନେତ୍ରୀ ଯଜ୍ଞସେନୀ ରାଜପଲିଆ, ବରିଷ୍ଠ ଆଇନଜୀବୀ ଶ୍ୟାମ ପ୍ରସାଦ ଗାଗରିଆ, ବିଶ୍ୱନାଥ ସୁଆର, ବରିଷ୍ଠ ନେତା ପ୍ରେମ ଜୈନ, ରଣ ପୃଷ୍ଟି ଓ ଡୋଳାମଣୀ ଥପା ପ୍ରମୁଖ ମଞ୍ଚାସୀନ ରହି ସରକାର ଲୋକାଭିମୁଖୀ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଆଗାମୀ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ସମସ୍ତେ ଏକଜୁଟ ହୋଇ ଦଳକୁ ମଜଭୁତ କରିବା ପାଇଁ ଦଳର ବରିଷ୍ଠ କର୍ମକର୍ତ୍ତାମାନେ ଆହ୍ୱାନ ଦେଇଥିଲେ । ଏହି ସଭାରେ ବରିଷ୍ଠ ବିଜେଡି ନେତା ପୂର୍ଣ୍ଣାନନ୍ଦ ପଣ୍ଡା, ଗଣ୍ଡପତ୍ରାପାଲି ସରପଞ୍ଚ ମନୀଷ ସୁନା, ପୂର୍ବତନ ସମିତି ସଭ୍ୟ କେଶବ ନାଏକ, ଗଙ୍ଗା ବାରିକ, କରମତଲା ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ ବାଗ, ଡେଙ୍ଗ ସରପଞ୍ଚଙ୍କ ପ୍ରତିନିଧି ଟିକେଶ୍ୱର ସାହୁ, ହେମନ୍ତ ସାହୁ, ଯୁବ ନେତା ଆଲୋକ ବୁଡ଼େକ, ହରେକୃଷ୍ଣ ବେହେରା, ସମିତି ସଭ୍ୟ ଅବଭୂତ ସାହୁ, ସୁରେନ୍ଦ୍ର ସା, ପୂର୍ବତନ ସରପଞ୍ଚ ଜେମାମଣି ମଲ୍ଲିକ, କୁନ୍ତଭାନୁ ସାହୁ, ଛବି ରଣା, ବିକିଜି ନାଗ, ପ୍ରେମ କଠାର, ଜଗନ୍ନାଥ ବାବୁ, କାହ୍ନୁଚରଣ ବାବୁ, ବିଶ୍ଵାମିତ୍ର ସାହୁଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ । ଏହି ସଭାରେ ବିଜେଡ଼ି ଜିଲ୍ଲା ସମ୍ପାଦକ ନିଲୁ ମହାନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୂର୍ବତନ ସମିତି ସଭ୍ୟ ସୁବାଷ ବୁଡ଼େକ ଧନ୍ୟବାଦ ପ୍ରଦାନ କରିଥିଲେ ।

jay balangir
Leave A Reply

Your email address will not be published.

18 − 17 =