csstore

ଉପରବାହାଲ ଗ୍ରାମରେ ରକ୍ତଦାନ ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଉପରବାହାଲ ଗ୍ରାମ ସ୍ଥିତ ଯୁବ କଲ୍ୟାଣ ଯୁବକ ସଂଘ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ଡ଼. ମୁକେଶ ମହାଲିଙ୍ଗ, ବଲାଙ୍ଗିର ଜିଲା ଯୁବ କୁଲତା ସମାଜର ସଭାପତି ଅସୀମ କୁମାର ଭୋଇ, ବିଜେଡ଼ି ଯୁବନେତା ଅନନ୍ତ ସାହୁ, ସରପଞ୍ଚ ପ୍ରତିନିଧି ଶର୍ମା ସାହୁ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ମୋଟ ୨୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିରେନ୍ଦ୍ର ଗଡତ୍ୟା, ସୁରେନ୍ଦ୍ର ସାହୁ, ମହାଦେବ ସାହୁ, ଆନନ୍ଦ ବିଶ୍ୱାଳ, ସୁମୋଦ ଭୋଇ, ମଦନ ସାହୁ, ସୁମନ୍ତ ସାହୁ, ଆକାଶ ସାହୁ, ଅଜିତ ବିଶ୍ୱାଳ, ଆଶିଷ ସାହୁ, ସୁଦର୍ଶନ ବିଶ୍ୱାଳ, ଦେବବ୍ରତ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.