csstore

ଅତାବିରାରେ ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ବରଗଡ, (ନିରୋଜ କୁମାର ପାଣୀ) : ପ୍ରଜ୍ଞାନ ମିଶନ ପକ୍ଷରୁ ଆୟୋଜିତ ହେଉଥିବା ଚତୁର୍ଥ ରାଜ୍ୟସ୍ତରୀୟ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଅବସରରେ ଗତକାଲି ବରଗଡ଼ ଜିଲ୍ଲାର ଅତାବିରା ବ୍ଲକସ୍ତରୀୟ ପ୍ରତିଯୋଗିତା ସ୍ଥାନୀୟ ଅତାବିରା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମଦ୍ ଭଗବଦ୍ ଗୀତାର ସାଂଖ୍ୟ ଯୋଗ ଆଧାରିତ ଏହି ପ୍ରତିଯୋଗିତାରେ ଅତାବିରା ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ପ୍ରତିଯୋଗୀ ଭାଗ ନେଇଥିଲେ । ସଚ୍ଚିଦାନନ୍ଦ ପ୍ରଧାନ, ରମେଶ ଚନ୍ଦ୍ର ପଣ୍ଡା, ଯୋଗେଶ୍ୱର ଶାସ୍ତ୍ରୀ, ଦୀପକ ପ୍ରଧାନ, ଚଣ୍ଡୀରାମ ଦେବତା, ଦେବସ୍ମିତା ନାୟକ, ପ୍ରିୟଦର୍ଶିନୀ ଅର୍ଚ୍ଚନା ବାଗ, ମିନତୀ ଦାଶ, ସରମା ନାୟକ ବିଚାରକ ଦାୟିତ୍ୱ ସମ୍ପାଦନ କରିଥିଲେ । ‘କ’ ବିଭାଗରେ ଆସିୟାନା ପ୍ରଧାନ, ଆକୃତି ଭୋଇ, ଶ୍ରୀଣୀ ପ୍ରଧାନ, ଚିନ୍ମୟୀ ଭୁଏ, ନିରଜ ପ୍ରଧାନ, ସୌରିଶ ପ୍ରଧାନ, ରିୟାଂଶ ଅଗ୍ରୱାଲ, ସାନ୍ୱୀ ପ୍ରଧାନ, ପିୟୁଷ ମାଝୀ, ଛନ୍ଦାଶ୍ରୀ ପ୍ରଧାନ, ‘ଖ’ ବିଭାଗରେ ପ୍ରତ୍ୟୁଷ ଗଡତିଆ, ଶ୍ରୀଧର ସାମନ୍ତରାୟ, ସୁଲଗ୍ନା ପ୍ରଧାନ, ଆୟୁଷ ପ୍ରଧାନ, ଆଲିସା ମିଶ୍ର, ସୌମ୍ୟାଶ୍ରୀ ସାହୁ, ହେପି ପ୍ରଧାନ, ଅନ୍ମେଷ ସୁସାରୀ, ‘ଗ’ ବିଭାଗରେ ସୌରଭ ଦାଶ, ସୁମନ୍ତ ନାଗ, ଶୁଭଙ୍କର ସାହୁ, ଆଶିଷ ରଣା, ପ୍ରତୀକ ଦେବତା, ସାଇପ୍ରିୟା ଭୁଏ ନଭେମ୍ବର ୨୦ରେ ହେବାକୁ ଥିବା ବରଗଡ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି । ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ବିଜେତାଙ୍କୁ ମାନପତ୍ର ଓ ପୁରସ୍କାର ଦେବା ସହ ସମସ୍ତ ପ୍ରତିଯୋଗୀଙ୍କୁ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ଦ୍ୱାରା ଲିଖିତ ‘ଗୀତା ପ୍ରସାଦ’ ପୁସ୍ତକ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଯୋଗେଶ୍ୱର ଶାସ୍ତ୍ରୀ ଶାନ୍ତି ମନ୍ତ୍ର ପାଠ କରିଥିଲେ ଓ ଜିଲ୍ଲା ସଂଯୋଜକ ରାଜବଲ୍ଲଭ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିଯୋଗିତାରେ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ସହ ପ୍ରତାପ ପ୍ରଧାନ, ନବୀନ ଦାଶ, ହେମନ୍ତ ପ୍ରଧାନ, ଜୁଗଳ ସାହୁ, ପୀୟୁଷ ଅଗ୍ରୱାଲ ଆଦି ଗୀତାପ୍ରେମୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.