lika

ଧନୁଯାତ୍ରା ମହୋତ୍ସବ ସ୍ମରଣିକା କମିଟିର ବୈଠକ

gbag

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଧନୁଯାତ୍ରା ମହୋତ୍ସବ ଆସନ୍ତା ଡ଼ିସେମ୍ବର ମାସରେ ହେବାକୁ ଥିବା ବେଳେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କ୍ରମରେ ଗତକାଲି ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କ ପୌରାହିତ୍ୟରେ ତାଙ୍କ ପ୍ରକୋଷ୍ଠରେ ଧନୁଯାତ୍ରା ମହୋତ୍ସବ ସ୍ମରଣିକା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଧନୁଯାତ୍ରା ମହୋତ୍ସବର ୭୫ତମ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ‘ଧନୁଷ୍ପ୍ରଭା’ ମୁଖପାତ୍ରକୁ କିଭଳି ସ୍ୱତନ୍ତ୍ର ଓ ସର୍ବାଙ୍ଗ ସୁନ୍ଦର ହୋଇ ପ୍ରକାଶିତ ହୋଇପାରିବ ସେ ଉପରେ ଆଲୋଚନା ହୋଇଥିଲା । ଲେଖକମାନଙ୍କ ଠାରୁ ଲେଖା ସଂଗ୍ରହ ତଥା ଅନ୍ୟାନ୍ୟ ତଥ୍ୟ ସଂଗ୍ରହ ପାଇଁ ଆସନ୍ତା ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା । ବୈଠକରେ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ଵର ଶତପଥୀ, ଅଧ୍ୟାପକ ମୋହନ ସାହୁ, ପଞ୍ଚାୟତ କଲେଜ ଅଧ୍ୟକ୍ଷ ପତିତପାବନ ସାହୁ, ଟ୍ରଷ୍ଟ ଫଣ୍ଡ କଲେଜ ଅଧ୍ୟକ୍ଷ ଡ଼. ସରୋଜ କୁମାର ଦେବତା, ବରଗଡ଼ ମହିଳା କଲେଜର ଅଧ୍ୟାପିକା ସଂଘମିତ୍ରା ମିଶ୍ର, ଜିଲ୍ଲା କୋଷାଗାରର ମୁଖ୍ୟ ମିନତୀ ପତି, ଡେପୁଟି କଲେକ୍ଟର ଅଶ୍ୱିନୀ ଦାଶ, ଆଇନଜୀବୀ ଲିପସିତ ମିଶ୍ର, ମୁଦ୍ରକ ସଂକୀର୍ତ୍ତନ ଜାଲ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅଶ୍ୱିନୀ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

babaa
Leave A Reply

Your email address will not be published.